ମାଲକାନଗିରି ଜିଲ୍ଲା ରାଜସ୍ୱ ନିରୀକ୍ଷକ ଏବଂ ସହାୟକ ରାଜସ୍ୱ ନିରୀକ୍ଷକଙ୍କ ବଦଳି ନେଇ ଅର୍ଥ କାରବାର ହୋଇଥିବା ନେଇ ପ୍ରକାଶିତ ଖବର ମିଥ୍ୟା ବୋଲି ମାଲକାନଗିରି ଜିଲ୍ଳା ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘର ଦାବୀ
ମାଲକାନଗିରି, ୭ ଅଗଷ୍ଟ (ହି.ସ.)- ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଆଦେଶ ଅନୁସାରେ ପତ୍ର ସଂଖ୍ୟା ୩୭୭୭/୩୭୮୧/୩୭୭5/୧୩. ୬. ୨୫ତାରିଖରେ ୨୬ ରାଜସ୍ୱ ନିରୀକ୍ଷକ ଓ ୧୨ ଜଣ ଅତିରିକ୍ତ ରାଜସ୍ୱ ନିରୀକ୍ଷକଙ୍କୁ ବଦଳି କରିଥିଲେ! ସେମାନଙ୍କ ମଧ୍ୟରୁ କିଛି ରାଜସ୍ୱ ନିରୀକ୍ଷ
ମାଲକାନଗିରି ଜିଲ୍ଲା ରାଜସ୍ୱ ନିରୀକ୍ଷକ ଏବଂ ସହାୟକ ରାଜସ୍ୱ ନିରୀକ୍ଷକଙ୍କ ବଦଳି ନେଇ ଅର୍ଥ କାରବାର ହୋଇଥିବା ନେଇ ପ୍ରକାଶିତ ଖବର ମିଥ୍ୟା ବୋଲି ମାଲକାନଗିରି ଜିଲ୍ଳା ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘର ଦାବୀ


ମାଲକାନଗିରି, ୭ ଅଗଷ୍ଟ (ହି.ସ.)- ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଆଦେଶ ଅନୁସାରେ ପତ୍ର ସଂଖ୍ୟା ୩୭୭୭/୩୭୮୧/୩୭୭5/୧୩. ୬. ୨୫ତାରିଖରେ ୨୬ ରାଜସ୍ୱ ନିରୀକ୍ଷକ ଓ ୧୨ ଜଣ ଅତିରିକ୍ତ ରାଜସ୍ୱ ନିରୀକ୍ଷକଙ୍କୁ ବଦଳି କରିଥିଲେ! ସେମାନଙ୍କ ମଧ୍ୟରୁ କିଛି ରାଜସ୍ୱ ନିରୀକ୍ଷକ ଏବଂ ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଓ ଅନ୍ୟାନ୍ୟ ବଦଳି ନିୟମରେ ତୃଟି ଥିଲା। ଅଧିକାଂଶଙ୍କ ପାରିବାରିକ ସ୍ୱାସ୍ଥ୍ୟଗତ ଅସୁବିଧାକୁ ନେଇ ସଂଘ ତରଫରୁ ତତ୍କାଳୀନ ଜିଲ୍ଲାପାଳଙ୍କୁ ଉକ୍ତ ବଦଳି ଆଦେଶକୁ ସଂଶୋଧନ କରିବା ପାଇଁ ଏବଂ ପୂର୍ବ ପ୍ରୋମସନରେ ଥିବା ତୃଟି ଓ ଓଡିଶା ହାଇକୋର୍ଟଙ୍କ ଆଦେଶକୁ ନେଇ ପ୍ରୋମସନରେ ପୁନଃର୍ବିଚାର ପ୍ରସଙ୍ଗ ବିଷୟରେ ଓଡିଶା ରାଜସ୍ବ କ୍ଷେତ୍ର ଅଧିକାରୀର ସମ୍ପାଦକ ମହମ୍ମଦ ଜାଭେଦ ଅଖତାରଙ୍କ ତରଫରୁ ମଧ୍ୟ ମାଲକାନଗିରି ଜିଲ୍ଳାକୁ ଗସ୍ତ କରି ଏହାର ପୁନଃବିଚାର କରିବା ପାଇଁ ନିବେଦନ କରାଯାଇଥିଲା l କିନ୍ତୁ, ଦୁର୍ଭାଗ୍ୟବଶତଃ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ୍ ଙ୍କର ବଦଳି ଢେଙ୍କାନାଳ ଜିଲ୍ଲାକୁ ହୋଇଗଲା l ଏହାପରେ ମାଲକାନଗିରି ଜିଲ୍ଲା ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ଭାରପ୍ରାପ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଏବଂ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କୁ ବାରମ୍ବାର ନିବେଦନ କରିବା ପରେ, ଭାରପ୍ରାପ୍ତ ଜିଲ୍ଲାପାଳ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ଦାବିକୁ ନାର୍ଯ୍ୟ ଭାବି ସେମାନଙ୍କ ଅଭିଯୋଗକୁ ବିଚାରକୁ ନେଇ ବଦଳି ଆଦେଶରେ କିଛି ସଂଶୋଧନ କରିଥିଲେ l କିନ୍ତୁ, ନୂତନ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟ୍ୟୟ କାର୍ଯ୍ୟରେ ଯୋଗ ଦେବାପରେ ଉକ୍ତ ସମସ୍ତ ବଦଳି ଆବେଦନକୁ ଖାରଜ କରିଦେଇଛନ୍ତି। ଏ ନେଇ ଏକ ମିଥ୍ୟା ଖବର ଅର୍ଥ କାରବାରକୁ ନେଇ ଏଭଳି ସଂଶୋଧନ ଆଦେଶ କରାଯାଇଛି ବୋଲି ଏକ ନିର୍ଦ୍ଦିଷ୍ଟ ଖବର କାଗଜରେ ପ୍ରକାଶିତ ହୋଇଥିଲା। ଉକ୍ତ ଖବର କାଗଜରେ ପ୍ରକାଶିତ ଖବରକୁ ମାଲକାନଗିରି ଜିଲ୍ଳା ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ଏବଂ ରାଜ୍ୟ ସାଧାରଣ ସମ୍ପାଦକ ଏହାକୁ ଦୃଢ଼ ଭାବରେ ନିନ୍ଦା କରିବା ସହ ବଦଳି ନିୟମ ଏବଂ ପ୍ରୋମସନ ର ପୁନର୍ବାର ବିଚାର କରିବା ପାଇଁ ବର୍ତ୍ତମାନ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande