ବିଦ୍ୟାଳୟ ପରିସରରେ ମା ପାଇଁ ଗଛଟିଏ ' କାର୍ଯ୍ୟକ୍ରମ
Tree for the Mother program in School premices
ଫୋଟ


କନ୍ଧମାଳ, ୭ ଅଗଷ୍ଟ (ହି.ସ.)- କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରାଖୋଲ ପଞ୍ଚାୟତ ବାସିଆମ୍ବା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ସ୍କୁଲ ର ପ୍ରଧାନ ଶିକ୍ଷକ ସନାତନ ପ୍ରଧାନ ପରିଚାଳନା କରିଥିଲେ। ଏଥିରେ ଶିକ୍ଷୟିତ୍ରୀ ମମତାରାଣୀ କହଁର,ବିଦ୍ୟାଳୟ ପରିଚଳନା କମିଟି ସଭାପତି ପ୍ରଶାନ୍ତ କହଁର, ୱାର୍ଡ ମେମ୍ବର ପ୍ରକାଶ କହଁର ଯୋଗଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ l ସମସ୍ତେ ମିଶି ଗୋଟିଏ ଗୋଟିଏ ଗଛ ଲଗାଇବାକୁ ଶିକ୍ଷକ ପରାମର୍ଶ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande