ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
ବଲାଙ୍ଗିର, ୭ ଅଗଷ୍ଟ (ହି.ସ.)- ଗୁରୁବାର ସକାଳେ ଟିଟିଲାଗଡ଼ ମୁକ୍ତିଧାମ ଆଡୁ କୁମୁଡ଼ା ଗ୍ରାମକୁ ଯାଉଥିବା ରାସ୍ତା ତଥା ଧବଳେଶ୍ଵର ମନ୍ଦିରକୁ ଯାଉଥିବା ବୁଲାଣି ରାସ୍ତାକଡ଼ କେନାଲରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଟିଟିଲାଗଡ଼ ପୋଲିସ ଓ ଅଗ୍ନିଶମବାହ
ଟିଟିଲାଗଡ଼ କୁମୁଡା ଯିବା ରାସ୍ତା କେନାଲରେ ଉଦ୍ଧାର ହେଲା ଅଜଣା ବ୍ୟକ୍ତିଙ୍କ ମୃତ ଦେହ


ବଲାଙ୍ଗିର, ୭ ଅଗଷ୍ଟ (ହି.ସ.)- ଗୁରୁବାର ସକାଳେ ଟିଟିଲାଗଡ଼ ମୁକ୍ତିଧାମ ଆଡୁ କୁମୁଡ଼ା ଗ୍ରାମକୁ ଯାଉଥିବା ରାସ୍ତା ତଥା ଧବଳେଶ୍ଵର ମନ୍ଦିରକୁ ଯାଉଥିବା ବୁଲାଣି ରାସ୍ତାକଡ଼ କେନାଲରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଟିଟିଲାଗଡ଼ ପୋଲିସ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଅଗ୍ନିଶମ ବିଭାଗ ପକ୍ଷରୁ ସେହି ବ୍ୟକ୍ତିଙ୍କ ମୃତଦେହ ପାଣିରୁ ଉଦ୍ଧାର କରିଛନ୍ତି । ତେବେ ସେ ବ୍ୟକ୍ତି ଜଣକ କିଏ ଜଣା ପଡ଼ି ନ ଥିବା ବେଳେ ତାଙ୍କର ମୃତ୍ୟୁ କିପରି ହେଲା ? ଏଠାକୁ କିପରି ଆସିଲେ ? ତାଙ୍କୁ କିଏ ମାରିକି ଫିଙ୍ଗି ଦେଇଛି ନା ନିଶାସକ୍ତ ଅବସ୍ଥାରେ ବୁଡି ମୃତ୍ୟୁବରଣ କରିଛନ୍ତି ସେ ବିଷୟରେ ପୋଲିସ ତଦନ୍ତରୁ ଜଣାପଡିବ । ତେବେ ଏହି ଘଟଣା ଏବେ ଟିଟିଲାଗଡ଼ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande