ଜୟପୁର, ୭ ଅଗଷ୍ଟ (ହି.ସ.)- ବିକ୍ରମ ଦେବ ଛାତ୍ରାବାସ ଆଜି ପରିଦର୍ଶନ କରିଛନ୍ତି କୁଳ ସଚିବ । ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟର ସର୍ବ ପୁରାତନ ଛାତ୍ରାବାସ ହେଉଛି ବିକ୍ରମ ଦେବ ଛାତ୍ରାବାସ । ବିକ୍ରମ ଦେବ ଛାତ୍ରାବାସ ଜରାଜିଣ୍ଣ ହୋଇଛି । ଖୋଲା ମେଲା ଥିବାରୁ ମଦ ଓ ଜୁଆ ଆଡ୍ଡା ପାଲଟିଛି । ଏନେଇ ଛାତ୍ରାବାସ କୁ ମରାମତି କରାଯାଇ ଏହାକୁ କିପରି ସୁରକ୍ଷିତ ରଖାଯିବ ସନେଇ ଉଦ୍ୟମ କରାଯିବ ବୋଲି କୁଳ ସଚିବ ମହେଶ୍ୱର ନାୟକ ସୂଚନା ଦେଇଛନ୍ତି ।
୧୯୪୭ ମସିହା ଠାରୁ ଏଠାରେ ୫୦ ଜଣ ଛାତ୍ର ରହିଆସୁଥିଲେ । ଏଠାରେ ରହୁଥିବା ଛାତ୍ର ମାନଙ୍କୁ ଅନ୍ୟ ଛାତ୍ରାବାସକୁ ସ୍ଥାନାନ୍ତର କରାଯାଇଛି । ଏଠାରେ ଟୟଲେଟର ଅସୁବିଧାର ରହିଛି, ସିକ୍ୟୁରଟି ନାହିଁ, ଅସୁରିକ୍ଷିତ ହୋଇ ରହିଛି । ସର୍ବ ପୁରାତନ ଛାତ୍ରାବାସ ହୋଇଥିବାରୁ ଏହାକୁ ସୁରକ୍ଷିତ ରଖିବା ପାଇଁ ବିଶ୍ୱ ବିଦ୍ୟାଳୟ ଉଦ୍ୟମ ଆରମ୍ଭ କରିଛି । ଏହାକୁ ମରାମତି କଲେ ସୁରକ୍ଷିତ ରହିବା ସହ ୫୦ ଜଣ ଛାତ୍ର ମଧ୍ୟ ରହିପାରିବେ । ଛାତ୍ରାବାସ ପରିଚାଳନା ଠିକ ହୋଇନଥିବାରୁ ଧିରେ ଧିରେ ନଷ୍ଟ ହେବାରେ ଲାଗିଛି । ଉପର ଟାଇଲସ ଭାଙ୍ଗି ଯାଇଛି ରଙ୍ଗ ଦେବା ସହ ଅନ୍ୟ କାମ ରହିଛି । ଟୟଲେଟରେ ବାହାର ଲୋକ ମାନେ ମଧ୍ୟ ଶୌଚ ହେଉଛନ୍ତି । ଆଗରୁ ମଧ୍ୟ ଏହାର ମରାମତି ପାଇଁ ସରକାରଙ୍କୁ ଚିଠି କରାଯାଇଥିଲା । ତାହା ସଫଳ ହୋଇ ପାରିନାହିଁ । ଏହାର କିପରି ମରାମତି ହେବ ସେନେଇ ଉଦ୍ୟମ କରାଯିବ ବୋଲି କୁଳସଚିବ ମହେଶ୍ୱର ନାୟକ ସୂଚନା ଦେଇଛନ୍ତି । ବିବେକା ନନ୍ଦ ଛାତ୍ରାବାସର ସୁପରିଟେଣ୍ଡଣ୍ଟ ଲକ୍ଷ୍ମଣ ପାତ୍ର, ବିକ୍ରମ ଦେବ ଛାତ୍ରାବାସର ସୁପରିଟେଣ୍ଡଣ୍ଟ ସିଚନ ନାୟକ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି