ସୋନପୁର, 7 ଅଗଷ୍ଟ (ହି.ସ.)
ସୁବର୍ଣ୍ଣପୁର ବିଜୁ ପଟ୍ଟନାୟକ ମହିଳା ଉଚ୍ଚ ବିଦ୍ୟାଳୟ ରେ ଏକାଦଶ ଶ୍ରେଣୀ ର ଛାତ୍ରୀ ମାନଙ୍କ ସକାଶେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ପ୍ରିତୀମୟୀ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ମହାସମାରୋହ ରେ ଆଜି ପାଳିତ ହୋଇଯାଇଛି l ଅଧ୍ୟାପକ ମଧୁସୂଦନ ପୂଜାରୀଙ୍କ ସଂଯୋଜନା ରେ ଅଧ୍ୟାପିକା ଭାରତୀ ଦର୍ଜୀ, ସ୍ନିଗ୍ଧା ଦାଶ, ଅଧ୍ୟାପକ ଦୁର୍ବାସା ସାହୁ,ଘନଶ୍ୟାମ ଯୋଶୀ, ଅନୁପମା ମିଶ୍ର, ନିବେଦିତା ମହାପାତ୍ର, ନିଶାନ୍ତ କୁମାର ମହାନ୍ତି, ବିଜୟ କୁମାର ଦାଶ, ନୀଳିମା ଗୁରୁ, ଲୁସି ଦାଶ, ଗୋଲାପ ନିଆଲ, ରେଜିଆ ରଣା, ସୌଦାମିନୀ ନାଏକ ପ୍ରମୁଖ ଛାତ୍ରୀ ମାନଙ୍କୁ ଛାତ୍ରୀ ବୃତ୍ତି, ପରୀକ୍ଷା ପରିଚାଳନା, ୟୁ. ଡାଇସ, ଆତ୍ମରକ୍ଷା କୌଶଳ, ଆଭ୍ୟନ୍ତରୀଣ ଶୃଙ୍ଖଳା, ଛାତ୍ରୀ ଙ୍କ ସୁରକ୍ଷା ପାଇଁ ଥିବା ସି ସି ଟିଭି ସମ୍ପର୍କ ରେ ତଥା ବିଦ୍ୟାଳୟ ର ଗାରିମା ମୟ ବିବରଣୀ ଉପସ୍ଥାପନ କରିଥିଲେ l ପରେ ଛାତ୍ରୀ ମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପରେ ଅଧ୍ୟାପିକା ସ୍ନିଗ୍ଧା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ