ସମ୍ବଲପୁର, ୦୭ ଅଗଷ୍ଟ (ହି.ସ.)
ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଅନ୍ତର୍ଗତ ଖରିଫ ଋତୁରେ କୃଷି ଉତ୍ପାଦନ, ବାସନା ଧାନ, ଭେଣ୍ଡି, ଝୁଡ଼ଙ୍ଗ,ଟମାଟର , ବାଦାମ, ପୋଟଳ, ଲଙ୍କା ର ପ୍ରୋତ୍ସାହନ ନିମନ୍ତେ ଉନ୍ନତମାନର ମଞ୍ଜି, ଜୈବିକ ସାର ଓ ଜୈବିକ କୀଟନାଶକ ଔଷଧ ବଣ୍ଟନ ତଥା ତାଲିମ କାର୍ଯ୍ୟକ୍ରମ ଚିନିମହୁଲ, ଖରମୁଣ୍ଡା ଠାରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଆନୁକୁଲ୍ଯରେ ଅନୁଷ୍ଠିତ ହୋଇଯାଇଛି।ଏହି ପରିପ୍ରେକ୍ଷୀ ରେ ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର(ଭା.ପ୍ର.ସେ) ଯୋଗ ଦେଇ ଆଦିବାସୀ ଚାଷୀ ଭାଇ ଭଉଣୀ ମାନଙ୍କୁ କୃଷି ଉତ୍ପାଦନ, ବାସନା ଧାନ, ଭେଣ୍ଡି, ଝୁଡ଼ଙ୍ଗ, ଟମାଟର , ବାଦାମ, ପୋଟଳ, ଲଙ୍କା ର ପ୍ରୋତ୍ସାହନ ନିମନ୍ତେ ଉନ୍ନତମାନର ମଞ୍ଜି, ଜୈବିକ ସାର ଓ ଜୈବିକ କୀଟନାଶକ ଔଷଧ ବଣ୍ଟନ କରିଥିଲେ। ଏହାପରେ ଜିଲ୍ଲାପାଳ ଶଣ୍ଡପଥର ଠାରେ ସ୍ଥିତ ପି.ଏମ ଶ୍ରୀ ବିଦ୍ୟାଳୟ ଓ +2 କଲେଜ, କୁଲଣ୍ଡି ଠାରେ ସ୍ଥିତ ସରକରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ଆଦି ପରିଦର୍ଶନ କରିଥିଲେ।ଏହାପରେ ସମ୍ବଲପୁର ଜିଲ୍ଲାପାଳ ଇଆରଏଚ୍ଏସ୍ ନିର୍ମାଣଧୀନ ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ, ବଡ଼ରମା ନିର୍ମାଣଧୀନ ଜିପିଏଲଏଫ କୋଠା, ପୁଷ୍କରିଣୀ ,ଅଙ୍ଗନବାଡି କେନ୍ଦ୍ର ଓ ଅନ୍ୟାନ୍ୟ ବିକାଶମୂଳକ ପ୍ରକଳ୍ପ ସ୍ଥଳୀକୁ ପରିଦର୍ଶନ କରି ସେ ସମସ୍ତ ପ୍ରକଳ୍ପର ପ୍ରଗତି ସମୀକ୍ଷା କରିବା ସହିତ ଅଧିକାରୀ ମାନଙ୍କୁ କାମ ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ