ଭୁବନେଶ୍ୱର, 7 ଅଗଷ୍ଟ (ହି.ସ.)- ପୂର୍ବତନ
ଉପବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ବିୟୋଗ। ଭୁବନେଶ୍ଵରର ଏକ ଘରୋଇ ଡାକ୍ତରଖାନାରେ ବୁଧବାର
ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା।
ହୃଦଜନିତ ସମସ୍ୟା ଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ
ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ଶ୍ରୀଯୁକ୍ତ ବିଭୂତି ଭୂଷଣ
ସିଂହ ମର୍ଦ୍ଦରାଜ ଖଣ୍ଡପଡ଼ା ଗଡ଼ର ରାଜା ଥିଲେ। ୧୯୮୦, ୧୯୮୫ ଏବଂ ୧୯୯୫ ମସିହାରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ମନ୍ତ୍ରୀ ଏବଂ
ଉପବାଚସ୍ପତି ଭାବେ ସେ ଦାୟିତ୍ଵ ନିର୍ବାହ ମଧ୍ୟ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା