ପାଟଣା, 7 ଅଗଷ୍ଟ (ହି.ସ.)-ଉତ୍ତର ପ୍ରଦେଶର
ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ ପରେ,
ବିହାରର ସୀତାମଢ଼ି ଅଞ୍ଚଳର ପୁନୌରା ଧାମରେ ମାତା
ସୀତାଙ୍କର ଏକ ଭବ୍ୟ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ଏହି ମନ୍ଦିରର ଶିଳାନ୍ୟାସ ଆଗାମୀ
ଶୁକ୍ରବାର, ଅର୍ଥାତ 8 ଅଗଷ୍ଟରେ,
କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଓ ବିହାରର
ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କରିବେ।
ପୁନୌରା ଧାମରେ ଥିବା ଜାନକୀ
ମନ୍ଦିର ଓ କରିଡରର ଶିଳାନ୍ୟାସ ଉତ୍ସବକୁ ଭବ୍ୟ ବନାଇବା ପାଇଁ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି
ସମ୍ପୂର୍ଣ୍ଣ ହୋଇଛି। ଏହି ଅବସରରେ ଅମିତ ଶାହ, ନୀତୀଶ କୁମାର ସହ ବହୁତ ବଡ଼ ନେତାମାନେ, ସନ୍ଥ ମହାତ୍ମାମାନେ ଓ ସାଧାରଣ ଲୋକମାନେ ଅଂଶଗ୍ରହଣ କରିବେ। ଅନୁମାନ କରାଯାଉଛି ଯେ,
ଏହି କାର୍ଯ୍ୟକ୍ରମରେ ଲକ୍ଷାଧିକ ଶ୍ରଦ୍ଧାଳୁ ଯୋଗ
ଦେବେ।
ପୁନୌରା ଧାମ ମନ୍ଦିରର ମହନ୍ତ
କୌଶଳ କିଶୋର ଦାସଜୀ କହିଛନ୍ତି ଯେ, ଏହି ଶିଳାନ୍ୟାସ ଉତ୍ସବ ପାଇଁ ଘରେ ଘରେ ନିମନ୍ତ୍ରଣ ଦିଆଯାଇଛି। ଶ୍ରଦ୍ଧାଳୁଙ୍କୁ ହଳଦୀ
ଚାଉଳ ଓ ତୁଳସୀ ପତ୍ର ସହ ନିମନ୍ତ୍ରଣ କରାଯାଇଛି। ସହରରେ ଯାଉଥିବା ଯାତ୍ରୀମାନଙ୍କୁ ମଧ୍ୟ ଏହି
କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ଦିଆଯାଇଛି।
ଏହି ଶିଳାନ୍ୟାସ ଉତ୍ସବକୁ
ତିନି ଦିନିଆ ଭବ୍ୟ ଉତ୍ସବ ଭାବେ ପାଳନ କରାଯିବ। ମାତା ଜାନକୀଙ୍କ ଦିବ୍ୟ ମନ୍ଦିରର ମୂଳଦୁଆ ପାଇଁ
11ଟି ପବିତ୍ର ନଦୀର ଜଳ ନିଆଯାଇଛି, ଯେଉଁଥିରେ ଗଙ୍ଗା, ଯମୁନା,
ଭାଗୀରଥୀ, ଅଳକାନନ୍ଦା, ମନ୍ଦାକିନୀ,
ପିଣ୍ଡର, ଧୌଲିଗଙ୍ଗା, ଲକ୍ଷ୍ମଣ ଗଙ୍ଗା,
ସରସ୍ୱତୀ, କମଳା ଓ ସରଜୁ ନଦୀ ସାମିଲ
ରହିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା