ପଟ୍ଟାମୁଣ୍ଡାଇରେ ଯୁବତୀ ଜଳିଯିବା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କଲା ବିଜେଡି
ଭୁବନେଶ୍ୱର, 7 ଅଗଷ୍ଟ (ହି.ସ.)- ପଟ୍ଟାମୁଣ୍ଡାଇରେ ଯୁବତୀ ଜଳିଯିବା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କଲା ବିଜେଡି । ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ କହିଛନ୍ତି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ୍ ରେ ଅଭାବନୀୟ ଘଟଣା ଘଟିଲା। ପରିବାରକୁ ସମବେଦନା
ପଟ୍ଟାମୁଣ୍ଡାଇରେ ଯୁବତୀ     ଜଳିଯିବା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କଲା ବିଜେଡି


ଭୁବନେଶ୍ୱର, 7 ଅଗଷ୍ଟ (ହି.ସ.)- ପଟ୍ଟାମୁଣ୍ଡାଇରେ

ଯୁବତୀ ଜଳିଯିବା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କଲା ବିଜେଡି । ବିରୋଧୀ ଦଳ ଉପ

ମୁଖ୍ୟ ସଚେତକ ପ୍ରତାପ ଦେବ କହିଛନ୍ତି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ୍ ରେ ଅଭାବନୀୟ ଘଟଣା

ଘଟିଲା। ପରିବାରକୁ ସମବେଦନା ଜଣାଉଛୁ । ଗତ 3 ମାସ ଭିତରେ ଧାରାବାହିକ ଭାବେ ଏଭଳି ଘଟଣା

ଘଟିଚାଲିଛି। ଯାହାକି ପୋଲିସର ଅପାରଗତାକୁ ଦର୍ଶାଉଛି।

ବାପାଙ୍କ ବୟାନରୁ ଜାଣିଲୁ, 6 ମାସ ତଳେ ଥାନାକୁ ଯାଇଥିଲେ। କିନ୍ତୁ

ଅଭିଯୋଗ ରଖିବା ବଦଳରେ ଏଏସଆଇ ଜଣଙ୍କ କହିଲେ ତାଙ୍କୁ ଯେ ନମ୍ଵର୍ କୁ ବ୍ଲକ କରି ଫଟୋ ଡିଲିଟ

କରିଦିଅ। ତା ପରିଣାମରେ ଆଜି ଝିଅଟିର ଜୀବନ

ଚାଲିଗଲା। ପୋଲିସ ହେଲମେଟଚେକ୍ କରୁଛି। ପୋଲିସ କାହିଁକି ଅଭିଯୋଗ ରଖିଲା ନାହିଁ। ପୋଲିସ ଘଟଣା ଘଟିବାର 4 ଘଣ୍ଟା ପରେ

ପହଁଞ୍ଚିଲେ କାହିଁକି। ପୋଲିସ ଡିଜିପିନିର୍ଦ୍ଦେଶ ଦେବେ କି ତଦନ୍ତ ପାଇଁ? ସେ ପିଲା କିଏ, କାହିଁକି ଏଫଆଇଆର ରଖାଗଲା

ନାହିଁ। ଏ ସମସ୍ତ ଘଟଣା ତଦନ୍ତ ହେବା ଆବଶ୍ୟକ।

ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ମୁଖ୍ୟ। ବିଗତ ଘଟଣା ଗୁଡ଼ିକରେ ପୋଲିସର ସମ୍ପୃକ୍ତି ରହିଛି।

ନିଲମ୍ବନ କି ବଦଳି କଲେ ସମାଧାନ ହେବନି ବୋଲି ପ୍ରତାପ ଦେବ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande