ପୁରୀ ହେବ ମହାନଗର -ଦୀପତଳ ଅନ୍ଧାର : ବ୍ରାହ୍ମଣ ପୋଖରୀ ସ୍କୁଲ ରାସ୍ତା ଶୋଚନୀୟ
ପୁରୀ, ୭ ଅଗଷ୍ଟ (ହି.ସ.)- ବିଶ୍ବସ୍ତରୀୟ ପୁରୀ ସହର । ଖୁବଶୀଘ୍ର ହେବ ମହାନଗର । ମହାନଗର ସହ ଯେଉଁ ଗ୍ରାମ ଗୁଡିକ ସଂଯୁକ୍ତ କରାଯିବ ତାହାର ସ୍ଥିତି ମଧ୍ୟ ସହର ପରି ହୋଇନାହିଁ । ପୁରୀ ପୌରାଞ୍ଚଳ ୩୦ ନମ୍ବର ୱାର୍ଡକୁ ଲାଗିରହିଛି ବ୍ରାହ୍ମଣ ପୋଖରୀ ଅଞ୍ଚଳ । ବ୍ରାହ୍ମଣ ପୋଖରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟ
ପୁରୀ ହେବ ମହାନଗର -ଦୀପତଳ ଅନ୍ଧାର ବ୍ରାହ୍ମଣ ପୋଖରୀ ସ୍ଲୁଲ ରାସ୍ତା ଶୋଚନୀୟ


ପୁରୀ ହେବ ମହାନଗର -ଦୀପତଳ ଅନ୍ଧାର ବ୍ରାହ୍ମଣ ପୋଖରୀ ସ୍ଲୁଲ ରାସ୍ତା ଶୋଚନୀୟ


ପୁରୀ, ୭ ଅଗଷ୍ଟ (ହି.ସ.)- ବିଶ୍ବସ୍ତରୀୟ ପୁରୀ ସହର । ଖୁବଶୀଘ୍ର ହେବ ମହାନଗର । ମହାନଗର ସହ ଯେଉଁ ଗ୍ରାମ ଗୁଡିକ ସଂଯୁକ୍ତ କରାଯିବ ତାହାର ସ୍ଥିତି ମଧ୍ୟ ସହର ପରି ହୋଇନାହିଁ । ପୁରୀ ପୌରାଞ୍ଚଳ ୩୦ ନମ୍ବର ୱାର୍ଡକୁ ଲାଗିରହିଛି ବ୍ରାହ୍ମଣ ପୋଖରୀ ଅଞ୍ଚଳ । ବ୍ରାହ୍ମଣ ପୋଖରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ମାନେ ଯିବା ପାଇଁ ପଙ୍କୁଆ ଖାଲୁଆ ରାସ୍ତା ରହିଛି । ସ୍କୁଲକୁ ଯିବା ସମୟରେ ଛାତ୍ରଛାତ୍ରୀ ମାନେ ପଙ୍କ କାଦୁଅରେ ଯିବା ସମୟରେ ସାର୍ଟ ପେଣ୍ଟ ନଷ୍ଟ ହେଉଛି । ରାସ୍ତାଟି ଶଗଡ ଗୁଳା ପରି ପୟା ଖାଲ ହୋଇଥିବାରୁ ଶିକ୍ଷୟିତ୍ରୀଙ୍କ ସ୍କୁଟି ମଧ୍ୟ ଯାଇପାରୁ ନାହିଁ । ଏହି ଅଞ୍ଚଳଟି ବାଲିଗୁଆଳି ପଞ୍ଚାୟତର ଗୋପାଳପୁର ୱାର୍ଡରେ ରହିଛି । ରାସ୍ତାଟି ପୋଥାଳ ବଗିଚା ଠାରୁ ସ୍କୁଲ ନିକଟ ଦେଇ ହୁଳୁହୁଳିଆ ପୋଲ ରାସ୍ତାକୁ ସଂଯୋଗ କରୁଛି । ଏହି ଅଞ୍ଚଳରେ ଦୁଇ ଶହରୁ ଉର୍ଦ୍ଧ୍ବ ବାସଗୃହ ଓ ଦୁଇ ହଜାରରୁ ଉର୍ଦ୍ଧ୍ବ ବାସିନ୍ଦା ଯାଆଆସ କରୁଛନ୍ତି । ସ୍କୁଲକୁ ମଧ୍ୟାହ୍ନ ଭୋଜନ ଗାଡି ମଧ୍ୟ ଯାଇପାରୁନାହିଁ । ଏ ସଂପର୍କରେ ଅଞ୍ଚଳବାସୀ ପୁରୀ ସଦରବ୍ଲକ ବିଡିଓଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସେ କର୍ଣ୍ଣପାତ କରୁନାହାନ୍ତି । ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଯଦି ଏହି ରାସ୍ତା ବିଡ଼ିଓ ନିର୍ମାଣ ନକରନ୍ତି ତେବେ ଅଞ୍ଚଳବାସୀଙ୍କ ସହ ପୁରୀ ଆମ ଆଦମୀ ପାର୍ଟି ଆନ୍ଦୋଳନର ରାସ୍ତା ଧରିବ ବୋଲି ଚେତାବନୀ ଦେଇଛି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande