ଭୁବନେଶ୍ୱର, 7 ଅଗଷ୍ଟ (ହି.ସ.)- ଜାତୀୟ
ହସ୍ତତନ୍ତ ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ
ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜାତୀୟ ହସ୍ତତନ୍ତ ଦିବସ ଅବସରରେ ସମସ୍ତ ବୁଣାକାର
ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ହସ୍ତତନ୍ତ ମାଧ୍ୟମରେ ବିଶ୍ଵ
ଦରବାରରେ ଆମ କଳା, ସଂସ୍କୃତି,
ପରମ୍ପରାକୁ ପରିଚିତ କରିବାରେ ବୁଣାକାରମାନଙ୍କ
ଭୂମିକାକୁ ସମ୍ମାନ ଏବଂ ସାଧୁବାଦ ଜଣାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା