ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ରାଜ୍ୟ ସରକାର କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀଙ୍କୁ ଭେଟି କଣ ଆଲୋଚନା କଲେ ତାହା ସାର୍ବଜନୀନ ହେବା ଦରକାର- ଦେବୀ ମିଶ୍ର
ଭୁବନେଶ୍ୱର, 7 ଅଗଷ୍ଟ (ହି.ସ.) - ମହାନଦୀ ଜଳ ବିବାଦ ସମାଧାନ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ଜଳ ଆୟୋଗ ମନ୍ତ୍ରୀଙ୍କୁ ଭେଟିଛନ୍ତି । ଏହା ଭଲ କଥା । ତେବେ ସମାଧାନ ପାଇଁ କଣ କରୁଛନ୍ତି । କେନ୍ଦ୍ର ମନ୍ତ୍ରୀଙ୍କ ସହ କଣ ଆଲୋଚନା କଲେ ତାହା ସାର୍ବଜନୀନ ହେବା ଦରକାର ବ
ମହାନଦୀ ଜଳ ବିବାଦ     ପ୍ରସଙ୍ଗରେ ରାଜ୍ୟ ସରକାର କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀଙ୍କୁ ଭେଟି କଣ ଆଲୋଚନା କଲେ ତାହା     ସାର୍ବଜନୀନ ହେବା ଦରକାର- ଦେବୀ ମିଶ୍ର


ଭୁବନେଶ୍ୱର, 7 ଅଗଷ୍ଟ (ହି.ସ.)

- ମହାନଦୀ ଜଳ

ବିବାଦ ସମାଧାନ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ଜଳ ଆୟୋଗ ମନ୍ତ୍ରୀଙ୍କୁ ଭେଟିଛନ୍ତି । ଏହା

ଭଲ କଥା । ତେବେ ସମାଧାନ ପାଇଁ କଣ କରୁଛନ୍ତି । କେନ୍ଦ୍ର ମନ୍ତ୍ରୀଙ୍କ ସହ କଣ ଆଲୋଚନା କଲେ

ତାହା ସାର୍ବଜନୀନ ହେବା ଦରକାର ବୋଲି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି ।

ମହାନଦୀ ଜଳ ବିବାଦର ସମାଧାନ

ପାଇଁ ଆମେ ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଆମେ ଯାଇଥିଲୁ । ହେଲେ ସମାଧାନ ହୋଇନଥିଲା । ବିଜେପି

ସରକାର ଶାସନକୁ ଆସିବା ପରେ କହିଥିଲେ ଆମେ

ମହାନଦୀ ଜଳ ବିବାଦର ସମାଧାନ କରିବୁ । ଏବେ ଟ୍ରିପଲ ଇଞ୍ଜିନ ସରକାର । ଆମେ ଆଶା କରୁଛୁ ସମାଧାନ

କରିବା ପାଇଁ । ଆପୋଷ ସମାଧାନ କରନ୍ତୁ । ଓଡ଼ିଶାବାସୀ ଆଶା ରଖିଛନ୍ତି । ଅମେ ବି ଆଶା ରଖୁଛୁ ।

କିନ୍ତୁ ଓଡ଼ିଶା ମହାନଦୀରୁ ଯେତିକି ହକ ପାଇବା କଥା ତିନୋଟି ଋତୁରେ ତାହା ପାଇବା ଦରକାର । କିଛି

ଦିନ ତଳେ ବିରୋଧୀ ଦଳ ନେତା ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande