ଭୁବନେଶ୍ୱର, 7 ଅଗଷ୍ଟ (ହି.ସ.)- ଜାତୀୟ
ହସ୍ତତନ୍ତ ଦିବସର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ
ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତ ବିବିଧ ହ୍ୟାଣ୍ଡଲୁମ୍
ପରମ୍ପରାର ଘର। କଶ୍ମୀରରୁ କନ୍ୟାକୁମାରୀ ଓ କଚ୍ଛରୁ କିବିଥୁ ପର୍ଯ୍ୟନ୍ତ,
ଆମର ପ୍ରତ୍ୟେକ ତନ୍ତ ଶୃଙ୍ଖଳା ଆମ ସାଂସ୍କୃତିକ
ଐତିହ୍ୟ, ମୂଲ୍ୟବୋଧ ଓ
ବିବିଧତାର ଜୀବନ୍ତ ସାକ୍ଷୀ। ସାମ୍ବଲପୁରୀ ଠାରୁ ଇକତ୍ ପର୍ଯ୍ୟନ୍ତ,
ଓଡ଼ିଶାର ହ୍ୟାଣ୍ଡଲୁମ୍ ଶିଳ୍ପ ଏକ ଐତିହ୍ୟ ଓ
କଳାକୌଶଳର ଅମୂଲ୍ୟ ଭଣ୍ଡାର। ଯେଉଁ କାରିଗର, ଶିଳ୍ପୀ ଓ ବୁଣାକାରମାନେ ଏହି ଗୌରବମୟ ହ୍ୟାଣ୍ଡଲୁମ୍ ପରମ୍ପରାକୁ ଜୀବନ୍ତ ରଖିବା ପାଇଁ କାମ
କରୁଛନ୍ତି, ସେମାନଙ୍କୁ କୋଟି
କୋଟି ନମନ କରୁଛି।
ଆସନ୍ତୁ ଆମେ ଏହି ଅମୂଲ୍ୟ ହସ୍ତତନ୍ତ
ଶିଳ୍ପକୁ ଗର୍ବର ସହିତ ସୂତାରେ ଜୀବନ ଭରୁଥିବା କାରିଗରଙ୍କୁ ସମ୍ମାନ ଜଣାଇବା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା