ମନ୍ଦସୌର, 7 ଅଗଷ୍ଟ (ହି.ସ.)-ମଧ୍ୟପ୍ରଦେଶର
ମନ୍ଦସୌର ଜିଲ୍ଲାର ପିପଲିଆମଣ୍ଡି ଓ ମହ୍ଲାରଗଡ଼ ଅଞ୍ଚଳ ଆଖପାଖରେ ଗୁରୁବାର ସକାଳ 10:07 ଟା
ବେଳେ ମୃଦୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର୍ ସ୍କେଲରେ ଏହାର ତୀବ୍ରତା 3.9 ରେକର୍ଡ
ହୋଇଛି । ଭୂକମ୍ପ କେନ୍ଦ୍ର ପ୍ରତାପଗଡ଼ରେ ଭୂମିରୁ 10 କିଲୋମିଟର ଗଭୀରତାରେ ଥିଲା। ଜାତୀୟ
ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏନେଇ ସୋସିଆଲ୍
ମିଡିଆ ଏକ୍ସ ରେ ତଥ୍ୟ ଶେୟାର୍ କରିଛି।
ମନ୍ଦସୌର ଜିଲ୍ଲାର
ପିପଲିଆମଣ୍ଡି ନଗର, ରେବାସ ଦେଵଡ଼ା, ଅମରପୁରା, ମହ୍ଲାରଗଡ଼,
କନଘଟ୍ଟି, ଫୋଫାଲିଆ, ବୋରି,
କୁଲମୀପୁରା ଓ ଦମାଖେଡ଼ି ଗାଁରେ ଗୁରୁବାର ସକାଳେ
ଲୋକମାନେ ଭୂକମ୍ପ ଝଟକା ଅନୁଭବ କରିଥିଲେ। ଏହି ଝଟକା କେବଳ କିଛି ସେକେଣ୍ଡ ପର୍ଯ୍ୟନ୍ତ ରହିଥିଲାଅନେକ ଲୋକ ଭୟଭୀତ ହୋଇ ଘରୁ ବାହାରକୁ ଚାଲିଆସିଥିଲେ । ଏପର୍ଯ୍ୟନ୍ତ
କୌଣସି ପ୍ରକାରର ଧନଜୀବନ ହାନିର ସୂଚନା ମିଳିନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା