ଜିଏସଟି ଘୋଟାଲା ମାମଲାରେ ରାଂଚି ସହିତ କୋଲକାତା ଓ ମୁମ୍ବାଇର 8ଠିକଣାରେ ଇଡି ରେଡ୍
ରାଂଚି, 7 ଅଗଷ୍ଟ (ହି.ସ.) -ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗୁରୁବାର ସକାଳେ 750 କୋଟି ଟଙ୍କାର ଜିଏସଟିଘୋଟାଲା ମାମଲାରେ ସଂପୃକ୍ତ ଅଭିଯୁକ୍ତମାନଙ୍କ ଉପରେ ରାଞ୍ଚୀ, କୋଲକାତା ଓ ମୁମ୍ବାଇର 8ଟି ସ୍ଥାନରେ ରେଡ୍ କରିଛି। ରାଞ୍ଚିରେ ଏହି ରେଡ୍ 6ଟି ଭିନ୍ନ-ଭିନ୍ନ ସ୍ଥାନରେ ଠି
ଜିଏସଟି ଘୋଟାଲା ମାମଲାରେ ରାଂଚି     ସହିତ କୋଲକାତା ଓ ମୁମ୍ବାଇର 8ଠିକଣାରେ ଇଡି ରେଡ୍


ରାଂଚି, 7 ଅଗଷ୍ଟ (ହି.ସ.)

-ପ୍ରବର୍ତ୍ତନ

ନିର୍ଦ୍ଦେଶାଳୟ ଗୁରୁବାର ସକାଳେ 750 କୋଟି ଟଙ୍କାର ଜିଏସଟିଘୋଟାଲା ମାମଲାରେ ସଂପୃକ୍ତ ଅଭିଯୁକ୍ତମାନଙ୍କ ଉପରେ

ରାଞ୍ଚୀ, କୋଲକାତା ଓ

ମୁମ୍ବାଇର 8ଟି ସ୍ଥାନରେ ରେଡ୍ କରିଛି। ରାଞ୍ଚିରେ ଏହି ରେଡ୍ 6ଟି ଭିନ୍ନ-ଭିନ୍ନ ସ୍ଥାନରେ ଠିକଣାରେ

ଚାଲିଛି। ଏଥିରେ ରାଞ୍ଚିର ପି.ପି. କମ୍ପାଉଣ୍ଡ ଅଞ୍ଚଳରେ ସ୍ଥିତ କୃଷ୍ଣା ଆପାର୍ଟମେଣ୍ଟର ଚତୁର୍ଥ

ତଳର ଏକ ଫ୍ଲାଟ୍ ସହିତ ଅନ୍ୟ 5ଟି ସ୍ଥାନରେ ମଧ୍ୟ ରେଡ୍ ହୋଇଛି।

ଇଡି ଟିମ୍ ଆବଶ୍ୟକୀୟ

ଡକ୍ୟୁମେଣ୍ଟ, ଡିଜିଟାଲ୍ ରେକର୍ଡ

ଓ ଅନ୍ୟ ସାକ୍ଷ୍ୟ ଯାଞ୍ଚ କରୁଛି। ଗୁରୁବାର ସକାଳେ ଏୟାରପୋର୍ଟ ରୋଡ୍‌ ସ୍ଥିତ ଇଡିକାର୍ଯ୍ୟାଳୟରୁ ବିଭିନ୍ନ ଠିକଣାରେ ରେଡ୍ କରିବା ପାଇଁ

ଦଳଗୁଡିକ ବାହାରିଥିଲେ । ସୂତ୍ରମାନଙ୍କ ଅନୁସାରେ, 750 କୋଟିର ଜିଏସଟିଘୋଟାଲା ସହିତ ସଂପୃକ୍ତ ଦ୍ୱିତୀୟ ପର୍ଯ୍ୟାୟ ରେଡ୍ ଆରମ୍ଭ ହୋଇଛି ଓ ବର୍ତ୍ତମାନ ସାରା ଦେଶର 8ଟି ସ୍ଥାନରେ ଏହା ଚାଲିଛି।

ଏହି ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନରେ ଶିବ କୁମାର

ଦେଉଡ଼ା ଗିରୋହ ସହିତ ସଂପୃକ୍ତ ଲୋକମାନେ ଶାମିଲ ଅଛନ୍ତି। ଗତ ରେଡରେକୋଲକାତାରୁ ଶିବ କୁମାର ଦେଓଡ଼ା,

ଓ ଜାମସେଦପୁରରୁ ଅମିତ ଅଗ୍ରୱାଲ ଅର୍ଥାତ୍ ଭିକ୍କି ଭାଲୋଟିଆ ସହିତ 4 ଜଣଙ୍କୁ ଗିରଫ କରିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande