ବିଶ୍ଵ ସ୍ତନ୍ୟପାନ ସପ୍ତାହ-୨୦୨୫ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଯୋଗଦାନ
ଭୁବନେଶ୍ୱର, 7 ଅଗଷ୍ଟ (ହି.ସ.) - ବିଶ୍ଵ ସ୍ତନ୍ୟପାନ ସପ୍ତାହ-୨୦୨୫ ଅବସରରେ ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ସଦନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏହି କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼ଃ ନୀଳକଣ୍ଠ ମିଶ୍ର, ସ୍ଵତନ
ବିଶ୍ଵ ସ୍ତନ୍ୟପାନ ସପ୍ତାହ-୨୦୨୫ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଯୋଗଦାନ


ଭୁବନେଶ୍ୱର, 7 ଅଗଷ୍ଟ (ହି.ସ.) - ବିଶ୍ଵ ସ୍ତନ୍ୟପାନ ସପ୍ତାହ-୨୦୨୫ ଅବସରରେ ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ସଦନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏହି କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼ଃ ନୀଳକଣ୍ଠ ମିଶ୍ର,

ସ୍ଵତନ୍ତ୍ର ସଚିବ ଡ଼ଃ ବିଜୟ କୁମାର ମହାପାତ୍ର, ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ,

ସ୍ୱାସ୍ଥ୍ୟ କର୍ମୀ ଯୋଗ ଦେଇଥିଲେ।

ଏହି ଅବସରରେ ସ୍ତନ୍ୟପାନକୁ

ନେଇ ସଚେତନତା ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ନେଇଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ସମ୍ମାନିତ କରିବା ସହ ଏକ

ସୁସ୍ଥ ସମାଜ ଗଠନରେ ସେମାନଙ୍କ ଯୋଗଦାନ ପାଇଁ ସାଧୁବାଦ ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।

ମୁକେଶ ମହାଲିଙ୍ଗ କହିଛନ୍ତି

ଯେ, ଅମୃତ ସମାନ ମା' କ୍ଷୀର ହେଉଛି ଏକ

ଶିଶୁର ଜନ୍ମଗତ ଅଧିକାର ଯାହାକି ତା'ର ସର୍ବାଙ୍ଗୀନ ବିକାଶରେ ସହାୟକ ହୁଏ।ସ୍ତନ୍ୟପାନ ପାଇଁ ବ୍ୟାପକ ସଚେତନତା ସୃଷ୍ଟି ନିମନ୍ତେ

'ବିଶ୍ଵ ସ୍ତନ୍ୟପାନ ସପ୍ତାହ' ପାଳନ କରାଯାଉଛି।

ନବଜାତ ପାଇଁ ମା'

କ୍ଷୀରର ଉପଯୋଗୀତା ସମ୍ପର୍କରେ ଜନ ଜାଗରଣ ସୃଷ୍ଟି

କରିବା, ଶତ ପ୍ରତିଶତ ସ୍ତନ୍ୟପାନ

ହାସଲ କରିବା ସହ 'ସ୍ତନ୍ୟପାନରେ ନିବେଶ, ଭବିଷ୍ୟତରେ ନିବେଶ' - ଏହି ମନ୍ତ୍ରକୁ

ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ସମସ୍ତ ସ୍ୱାସ୍ଥ୍ୟ କର୍ମୀ, ଆଶା ଓ ଅଙ୍ଗନବାଡି

କର୍ମୀଙ୍କୁ ଆହ୍ଵାନ ଦେଇଛନ୍ତି ମନ୍ତ୍ରୀ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande