କୁଲଗାମ ଜିଲ୍ଲାର ଅଖଲ ବନାଂଚଳରେ ଆତଙ୍କବାଦ ବିରୋଧୀ ଅଭିଯାନ 7ମ ଦିନରେ ବି ଜାରି
କୁଲଗାମ, 7 ଅଗଷ୍ଟ (ହି.ସ.)-ଜମ୍ମୁ-କାଶ୍ମୀରର କୁଲଗାମ୍ ଜିଲ୍ଲାର ଅଖଲ୍ ବନାଞ୍ଚଳରେ ଆତଙ୍କବାଦ ବିରୋଧୀ ଅଭିଯାନ ଗୁରୁବାର ସପ୍ତମ ଦିନରେ ପ୍ରବେଶ କରିଛି। ସେନାର ଉତ୍ତରୀ କମାଣ୍ଡର ଜେନେରାଲ୍ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଦକ୍ଷିଣ କାଶ୍ମୀର ଅଞ୍ଚଳର ଆତଙ୍କବାଦ ବିରୋଧୀ ଗ୍ରି
କୁଲଗାମ ଜିଲ୍ଲାର ଅଖଲ     ବନାଂଚଳରେ ଆତଙ୍କବାଦ ବିରୋଧୀ ଅଭିଯାନ 7ମ ଦିନରେ ବି ଜାରି


କୁଲଗାମ, 7 ଅଗଷ୍ଟ (ହି.ସ.)-ଜମ୍ମୁ-କାଶ୍ମୀରର

କୁଲଗାମ୍ ଜିଲ୍ଲାର ଅଖଲ୍ ବନାଞ୍ଚଳରେ ଆତଙ୍କବାଦ ବିରୋଧୀ ଅଭିଯାନ ଗୁରୁବାର ସପ୍ତମ ଦିନରେ

ପ୍ରବେଶ କରିଛି। ସେନାର ଉତ୍ତରୀ କମାଣ୍ଡର ଜେନେରାଲ୍ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଦକ୍ଷିଣ

କାଶ୍ମୀର ଅଞ୍ଚଳର ଆତଙ୍କବାଦ ବିରୋଧୀ ଗ୍ରିଡର ସମୀକ୍ଷା କରିଛନ୍ତି।

କୁଲଗାମ ଜିଲ୍ଲାର ଅଖଲ୍

ଜଙ୍ଗଲ ଅଞ୍ଚଳରେ ସୁରକ୍ଷା ଅଭିଯାନ ଗତ ସପ୍ତାହରେ ଆରମ୍ଭ ହୋଇଥିଲା ।ମିଳିତ ଟିମ ଆତଙ୍କବାଦୀଙ୍କ ଏକ ଦଳ ଉପସ୍ଥିତ ଥିବା

ଗୁପ୍ତ ସୂଚନା ଆଧାରରେ ଅଞ୍ଚଳକୁ ଘେରି ତଲାଶି ଅଭିଯାନ ଚଳାଇଥିଲେ। ଗୁଳି ବିନିମୟରେ ଜଣେ

ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି। ଏହି ଗୁଳିକାଣ୍ଡର ସେନାର 4 ଜଣ ଯବାନ ଆହତ ହୋଇଥିବା ବେଳେ

ସେମାନଙ୍କ ଚିକିତ୍ସା ଚାଲିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande