ବିଭୁତି ଭୂଷଣ ମର୍ଦ୍ଦରାଜଙ୍କ ବିୟୋଗ ସମଗ୍ର ଓଡିଶା ପାଇଁ ଏକ ଅପୂରଣୀୟ କ୍ଷତି : ମନମୋହନ ସାମଲ
ଭୁବନେଶ୍ୱର, ୭ ଅଗଷ୍ଟ (ହି.ସ)- ଖଣ୍ଡପଡା ରାଜା ଓ ପୂର୍ବତନ ମନ୍ତ୍ରୀ, ଉପବାଚସ୍ପତି ଏବଂ ୩ଥର ବିଧାୟକ ବିଭୁତି ଭୂଷଣ ମର୍ଦ୍ଦରାଜଙ୍କ ଆଜି ପରଲୋକ ଘଟିଛି। ଜଣେ ପରୋପକାରୀ ନେତା ରୂପେ ତାଙ୍କର ସୁନାମ ଥିଲା । ସ୍ୱର୍ଗତଃ ମର୍ଦ୍ଦରାଜଙ୍କ ବିୟୋଗ କେବଳ ଖଣ୍ଡପଡା ନୁହେଁ, ସମଗ୍ର ଓଡିଶା ପାଇଁ ଏକ ଅପୂରଣୀୟ କ୍ଷତ
ବିଭୁତି ଭୂଷଣ ମର୍ଦ୍ଦରାଜଙ୍କ ବିୟୋଗ ସମଗ୍ର ଓଡିଶା ପାଇଁ ଏକ ଅପୂରଣୀୟ କ୍ଷତି : ମନମୋହନ ସାମଲ


ଭୁବନେଶ୍ୱର, ୭ ଅଗଷ୍ଟ (ହି.ସ)- ଖଣ୍ଡପଡା ରାଜା ଓ ପୂର୍ବତନ ମନ୍ତ୍ରୀ, ଉପବାଚସ୍ପତି ଏବଂ ୩ଥର ବିଧାୟକ ବିଭୁତି ଭୂଷଣ ମର୍ଦ୍ଦରାଜଙ୍କ ଆଜି ପରଲୋକ ଘଟିଛି। ଜଣେ ପରୋପକାରୀ ନେତା ରୂପେ ତାଙ୍କର ସୁନାମ ଥିଲା । ସ୍ୱର୍ଗତଃ ମର୍ଦ୍ଦରାଜଙ୍କ ବିୟୋଗ କେବଳ ଖଣ୍ଡପଡା ନୁହେଁ, ସମଗ୍ର ଓଡିଶା ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ଶୋକ ବ୍ୟକ୍ତ କରିଛନ୍ତି ।

ଅମର ଆତ୍ମାର ସଦ୍‌ଗତି ନିମନ୍ତେ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande