ଗଂଜାମ, 7 ଅଗଷ୍ଟ (ହି.ସ.)
ଖଲିକୋଟ ସନ୍ନିକଟ କହ୍ନେଇପୁର ସ୍ଥିତ ରାମଚନ୍ଦ୍ର ମର୍ଦ୍ଦରାଜ ନୋଡାଲ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ର ସୁବର୍ଣ୍ଣ ଜୟନ୍ତୀ ପାଳନ କମିଟି ତରଫରୁ ଉକ୍ତ ଉଚ୍ଚ ବିଦ୍ୟାଳୟର ମୋ ବିଦ୍ୟାଳୟ ପାଣ୍ଠି କୁ ୮୦ ହଜାର ଟଙ୍କା ଅନୁଦାନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଡୁ କିଶୋର ଜାଲିଙ୍କୁ ପ୍ରଦାନ କରାଯାଇଛି। ଏହି ଅବସରରେ ସୁବର୍ଣ୍ଣ ଜୟନ୍ତୀ ପାଳନ କମିଟିର ସଭାପତି ହାଡ଼ିବନ୍ଧୁ ମାଳିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଡୁ କିଶୋର ଜାଲି,ଉପଦେଷ୍ଟା ରଙ୍କନାଥ ସିଂ, ସାଧାରଣ ସମ୍ପାଦକ ଡ ପ୍ରଭାକର ତ୍ରିପାଠୀ, କମିଟି ସଦସ୍ୟ ରଞ୍ଜିତ କୁମାର ସୁବୁଦ୍ଧି, ଫକିର ଚନ୍ଦ୍ର ଦାଶ, ହରିହର ମହାପାତ୍ର, ଗଣେଶ ଚନ୍ଦ୍ର ମହାରଣା, କେଦାର ନାଥ ସାହୁ, ପ୍ରଫୁଲ୍ଲ ଚନ୍ଦ୍ର ସାହୁଙ୍କ ସମେତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। ଉକ୍ତ ଅନୁଦାନ ଟଙ୍କା ବିଦ୍ୟାଳୟ ପରିସରରେ ରେ ଏକ ସ୍ଥାୟୀ ସଭା ମଣ୍ଡପ ନିର୍ମାଣ ନିମନ୍ତେ ପ୍ରଦାନ କରିବା ପାଇଁ କମିଟି ର ନିର୍ଦ୍ଧାରଣ ପ୍ରକାରେ ପ୍ରଦାନ କରାଗଲା। ପ୍ରଧାନ ଶିକ୍ଷକ ଶ୍ରୀ ଜାଲି ସୁବର୍ଣ୍ଣ ଜୟନ୍ତୀ ପାଳନ କମିଟି ର ଏହି ମହାତ କାର୍ଯ୍ୟ ନିମନ୍ତେ ଆଲୋଚନା ରେ ଅଂଶଗ୍ରହଣ କରି ଧନ୍ୟବାଦ ଅର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ