ଭୁବନେଶ୍ୱର, 7 ଅଗଷ୍ଟ (ହି.ସ.)- ଜାତୀୟ
ହସ୍ତତନ୍ତ ଦିବସର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ଏନେଇ
ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଜାତୀୟ ହସ୍ତତନ୍ତ ଦିବସ ଅବସରରେ ସମସ୍ତ
ବୁଣାକାର ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ହସ୍ତତନ୍ତ ମାଧ୍ୟମରେ ବିଶ୍ଵ ଦରବାରରେ ଆମ କଳା,
ସଂସ୍କୃତି, ପରମ୍ପରାକୁ ପରିଚିତ କରିବାରେ ସମସ୍ତ ବୁଣାକାରଙ୍କ ଭୂମିକାକୁ ସମ୍ମାନ ଏବଂ ସାଧୁବାଦ
ଜଣାଉଛି।
ସ୍ୱାସ୍ଥ୍ୟମନ୍ତ୍ରୀ
କହିଛନ୍ତି ଯେ, ଆସନ୍ତୁ ଏହି ଅନନ୍ୟ ଗୌରବମୟ ଐତିହ୍ୟକୁ ଆହୁରି ସମୃଦ୍ଧ କରିବା ସହ ଭୋକାଲ ଫର୍
ଲୋକାଲ୍ମାଧ୍ୟମରେ ଏହାର
ପ୍ରଚାର ପ୍ରସାର ପାଇଁ ନିଜର ଯୋଗଦାନ ଦେବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା