ଭୁବନେଶ୍ୱର, 7 ଅଗଷ୍ଟ (ହି.ସ.)-ଜାତୀୟ
ହସ୍ତତନ୍ତର ଦିବସର ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ
ମିଡିଆ ଏକ୍ସରେରେ ନବୀନ କହିଛନ୍ତି ଯେ, ହସ୍ତତନ୍ତ ହେଉଛି ଆମ କଳା,
ଆମ ଭାସ୍କର୍ଯ୍ୟ। ଆମ ପରିଚୟକୁ ଏହା ଋଦ୍ଧିମନ୍ତ
କରିଛି। ଓଡ଼ିଶାର ହସ୍ତତନ୍ତରେ ଥିବା ନିପୁଣତା ସାରା ବିଶ୍ୱରେ ସ୍ୱତନ୍ତ୍ର। ଜାତୀୟ ହସ୍ତତନ୍ତ
ଦିବସ ଅବସରରେ ସଭିଙ୍କୁ ମୋର ଶୁଭେଚ୍ଛା ଜଣାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା