ଓଡ଼ିଶାର ବିକାଶ ପାଇଁ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟୁଛନ୍ତି ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 7 ଅଗଷ୍ଟ (ହି.ସ.)- ଡବଲ ଇଞ୍ଜିନ ସରକାରରେ ଓଡ଼ିଶାର ବିକାଶ ଧାରାରେ କେନ୍ଦ୍ର ସରକାରଙ୍କ ସହଯୋଗ ଏବଂ ସହଭାଗିତା ରହୁଛି । ତେଣୁ କେନ୍ଦ୍ରୀୟ ନେତୃତ୍ୱ ଏବଂ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଭେଟି ଆଲୋଚନା କରୁଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରା
ଓଡ଼ିଶାର ବିକାଶ ପାଇଁ କେନ୍ଦ୍ରୀୟ     ନେତୃତ୍ୱଙ୍କୁ ଭେଟୁଛନ୍ତି ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 7 ଅଗଷ୍ଟ (ହି.ସ.)- ଡବଲ ଇଞ୍ଜିନ

ସରକାରରେ ଓଡ଼ିଶାର ବିକାଶ ଧାରାରେ କେନ୍ଦ୍ର ସରକାରଙ୍କ ସହଯୋଗ ଏବଂ ସହଭାଗିତା ରହୁଛି । ତେଣୁ

କେନ୍ଦ୍ରୀୟ ନେତୃତ୍ୱ ଏବଂ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଭେଟି ଆଲୋଚନା କରୁଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

କେନ୍ଦ୍ର ମନ୍ତ୍ରୀ, ଓଡ଼ିଶାର ସାଂସଦ ଓ

ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶ ଓ ବିଭିନ୍ନ ଦାବି ପ୍ରସଙ୍ଗରେ ଚର୍ଚ୍ଚା ଆଲୋଚନା କରିଛନ୍ତି ।

ଏହା ଏକ ଶୁଭ ସଙ୍କେତ । ଓଡ଼ିଶାକୁ ଆହୁରି କେନ୍ଦ୍ରୀୟ ସହାୟତା ମିଳିବ । ତେଣୁ ଓଡ଼ିଶାର ବିକାଶ

ଧାରା ପ୍ରକ୍ରିୟା ଆରମ୍ଭ ହୋଇଛି । ଯିଏ ଯାହା କହିଲେ ବି ରାଜ୍ୟର ବିକାଶ ଧାରା ଯାହା 1 ବର୍ଷ

ଭିତରେ ବିଜେପି ସରକାର ଦେଖାଇଛନ୍ତି, ତାହା ଗତ ସରକାର 15 ବର୍ଷ ଭିତରେ ବି ଦେଖାଇ ନଥିଲେ । ଗତ ସରକାର ସମୟରେ ଥିବା ବାବୁ ମାନେ

ଆଜି ସମାଲୋଚନାର ଯନ୍ତ୍ର ଧରି ଚାଲିଛନ୍ତି । କିନ୍ତୁ ଓଡ଼ିଶା ବାସୀ ଥରେ ପ୍ରତ୍ୟାଖାନ କରିଛନ୍ତି

ଏବଂ ଆଗକୁ ଥର ଥର କରି ପ୍ରତ୍ୟାଖାନ କରିବେ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande