ଅସ୍ଥି ଓ ଗଣ୍ଠି ସ୍ଵାସ୍ଥ୍ୟ ସଚେତନତା ଆଲୋଚନାଚକ୍ର
ଗଂଜାମ, 7 ଅଗଷ୍ଟ (ହି.ସ.) ଜାତୀୟ ହାଡ଼ ଓ ଗଣ୍ଠି ସପ୍ତାହ ଅବସରରେ ବ୍ରହ୍ମପୁର ଅସ୍ଥି ଶଲ୍ୟ ମଞ୍ଚ ଓ ମହାରାଜା କୃଷ୍ଣ ଚନ୍ଦ୍ର ଭେଷଜ ମହାବିଦ୍ୟାଳୟର ଅସ୍ଥିଶଲ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ଭେଷଜ ମହାବିଦ୍ୟାଳୟର ପ୍ରଶିକ୍ଷଣ ପ୍ରକୋଷ୍ଠ ରେ ତା ପୋଲିସ ଓ ଛାତ୍ର ଛାତ୍ରୀଙ୍କୁ ସଚେତନ କରିବାପାଇଁ ଏକ ଆଲୋଚ
ଅସ୍ଥି ଓ ଗଣ୍ଠି ସ୍ଵାସ୍ଥ୍ୟ ସଚେତନତା ଆଲୋଚନା


ଗଂଜାମ, 7 ଅଗଷ୍ଟ (ହି.ସ.)

ଜାତୀୟ ହାଡ଼ ଓ ଗଣ୍ଠି ସପ୍ତାହ ଅବସରରେ ବ୍ରହ୍ମପୁର ଅସ୍ଥି ଶଲ୍ୟ ମଞ୍ଚ ଓ ମହାରାଜା କୃଷ୍ଣ ଚନ୍ଦ୍ର ଭେଷଜ ମହାବିଦ୍ୟାଳୟର ଅସ୍ଥିଶଲ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ଭେଷଜ ମହାବିଦ୍ୟାଳୟର ପ୍ରଶିକ୍ଷଣ ପ୍ରକୋଷ୍ଠ ରେ ତା ପୋଲିସ ଓ ଛାତ୍ର ଛାତ୍ରୀଙ୍କୁ ସଚେତନ କରିବାପାଇଁ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା || ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଆରକ୍ଷୀ ଅଧ୍ୟକ୍ଷ ଡା ଶ୍ରବଣ ବିବେକ ଏମ ଯୋଗଦେଇ କ୍ରମ୍ ବର୍ଦ୍ଧିଷ୍ଣୁ ଦୁର୍ଘଟଣା ଓ ତତଜନିତ ସମସ୍ୟା ଓ ଏକ ଆଘାତ ପ୍ରାପ୍ତ ରୋଗୀର ନିରାପଦ ସ୍ଥାନାନ୍ତରିକରଣ ଉପରେ ବିଶଦ ଭାବରେ ଆଲୋକ ପାତ କରିଥିଲେ || ଭେଷଜ ମହାବିଦ୍ୟାଳୟର ଅଧିକ୍ଷକ ଡା ଦୁର୍ଗା ପ୍ରସାଦ ଶତପଥି, ମଞ୍ଚର ସଭାପତି ଡା ଅବନୀକାନ୍ତ ମିଶ୍ର, ସମ୍ପାଦକ ଡା ସଙ୍କର୍ଷଣ ପାତ୍ର ଓ ବିଭାଗୀୟ ମୁଖ୍ୟ ଡା ସୁଧୀର ମହାପାତ୍ର ନିଜ ନିଜର ବକ୍ତବ୍ୟ ରଖିଥିଲେ || ସହ ଅଧ୍ୟାପକ ଡା ଅଭିଷେକ ମିଶ୍ର ପ୍ରୋଜେକ୍ଟର ମାଧ୍ୟମରେ ଦୁର୍ଘଟଣା ସ୍ଥଳର ପରିସ୍ଥିତି ଓ ପ୍ରାଥମିକ ସେବା ତଥା ନିରାପଦ ସ୍ଥାନାନ୍ତରିକରଣ ସମ୍ବନ୍ଧରେ ପ୍ରାଞ୍ଜଳ ଭାବରେ ତାଙ୍କର ସନ୍ଦର୍ଭ ଉପସ୍ଥାପନ କରିଥିଲେ || ଉପସ୍ଥିତ ଶତାଧିକ ପୋଲିସ, ଡାକ୍ତର ଓ ଛାତ୍ର ମାନେ ଏଥିରେ ସକ୍ରିୟ ଅଂଶ୍ୟ ଗ୍ରହଣ କରିଥିଲେ ||

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande