ଭୁବନେଶ୍ୱର, ୦୭ ଅଗଷ୍ଟ (ହି.ସ)- ନୂଆପଡା ଜିଲ୍ଲା ହେବ ଦାଦନ ମୁକ୍ତ। ପ୍ରଥମ ଜିଲ୍ଲା ଭାବେ ପାଇଲଟ ଜିଲ୍ଲା ହେବ ନୂଆପଡା । ବାହାରକୁ କେହି କାମ କରିବାକୁ ଯିବେନି ବୋଲି କହିଛନ୍ତି ପଂଚାୟତି ରାଜ ମନ୍ତ୍ରୀ ରବି ନାଏକ। ସେ କହିଛନ୍ତି୨୪ ବର୍ଷରେ ସରକାର ଦାଦନ ମୁକ୍ତ ପାଇଁ ଚିନ୍ତା କଲେନାହିଁ। ଏନଜିଓ ମାନେ ବିଭିନ୍ନ କ୍ଲଷ୍ଟର ଦାୟିତ୍ୱ ରେ ରହିବେ। କାହାର କଣ ଆବଶ୍ୟକ, କେଉଁ କାମ ଦରକାର ସବୁ ବୁଝିବେ । ଗାଈ ପାଳନ, ମତ୍ସ୍ୟ ଚାଷ ସହ ବିଭିନ୍ନ ଉଦ୍ୟୋଗୀ ତିଆରି କରାଯିବ। ମନେରେଗାରେ ପଇସା ଆସିବା ବିଳମ୍ବ ହେଉଥିଲେ ସ୍ୱତନ୍ତ୍ର ଫାଣ୍ଠି ମାଧ୍ୟମରେ ପଇସା ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା