ସଂସଦରେ ଏସଆଇଆର ଉପରେ ହଙ୍ଗାମା ଜାରି, କାର୍ଯ୍ୟ ପ୍ରଭାବିତ
ନୂଆଦିଲ୍ଲୀ, 7 ଅଗଷ୍ଟ (ହି.ସ.)- ସଂସଦର ମୌସୁମୀ ଅଧିବେଶନର ଲଗାତାର 14ତମ ଦିନ ଗୁରୁବାର ଲୋକସଭା ଏବଂ ରାଜ୍ୟସଭାର କାର୍ଯ୍ୟ ବିରୋଧୀଙ୍କ ହଙ୍ଗାମା ଯୋଗୁ ପ୍ରଭାବିତ ହୋଇଛି । ବିରୋଧୀ ବିହାରରେ ଭୋଟର ତାଲିକାର ବିଶେଷ ଗହନ ପୁନଃପରୀକ୍ଷଣ ଉପରେ ଆଲୋଚନା କରିବା ଦାବିରେ
ସଂସଦରେ ଏସଆଇଆର ଉପରେ     ହଙ୍ଗାମା ଜାରି, କାର୍ଯ୍ୟ ପ୍ରଭାବିତ


ନୂଆଦିଲ୍ଲୀ, 7 ଅଗଷ୍ଟ (ହି.ସ.)- ସଂସଦର ମୌସୁମୀ

ଅଧିବେଶନର ଲଗାତାର 14ତମ ଦିନ ଗୁରୁବାର ଲୋକସଭା ଏବଂ ରାଜ୍ୟସଭାର କାର୍ଯ୍ୟ ବିରୋଧୀଙ୍କ

ହଙ୍ଗାମା ଯୋଗୁ ପ୍ରଭାବିତ ହୋଇଛି । ବିରୋଧୀ ବିହାରରେ ଭୋଟର ତାଲିକାର ବିଶେଷ ଗହନ

ପୁନଃପରୀକ୍ଷଣ ଉପରେ ଆଲୋଚନା କରିବା ଦାବିରେ ଅଡି ରହିଛନ୍ତି। ଏହି କାରଣରୁ କାର୍ଯ୍ୟାନୁଷ୍ଠାନ

ଅନେକଥର ବାଧା ପ୍ରାପ୍ତ ହେବା ପରେ ଦିନକ ପାଇଁ ସ୍ଥଗିତ କରାଯାଇଛି । ଲୋକସଭାର କାର୍ଯ୍ୟ ପ୍ରଥମେ

12ଟା ଓ ପରେ 2ଟା ପର୍ଯ୍ୟନ୍ତ ପାଇଁ ସ୍ଥଗିତ ରହିଥିଲା। 2ଟାରେ କାର୍ଯ୍ୟ ଆରମ୍ଭ ହେବା ପରେ

ସରକାର ହଙ୍ଗାମା ମଧ୍ୟରେ ମଣିପୁର ମାଲ ଏବଂ ସେବା କର (ସଂଶୋଧନ) ବିଲ୍,

2025 ଓ ମଣିପୁର ବଜେଟ୍ ପାରିତ କରିଥିଲେ । ଏହା ପରେ ଗୃହକୁ

ଶୁକ୍ରବାର ସକାଳ 11ଟା ପର୍ଯ୍ୟନ୍ତ ପାଇଁ ସ୍ଥଗିତ ରଖାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande