ଚାଷୀଙ୍କ ହିତ ଭାରତର ସର୍ବୋଚ୍ଚ ପ୍ରାଥମିକତା- ପିଏମ ମୋଦି
ନୂଆଦିଲ୍ଲୀ, 7 ଅଗଷ୍ଟ (ହି.ସ.) -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କୃଷକ, ମତ୍ସ୍ୟଜୀବୀ ଓ ପଶୁପାଳକମାନଙ୍କର ହିତ ଭାରତ ସରକାରର ସର୍ବୋଚ୍ଚ ପ୍ରାଥମିକତା ଅଟେ , ଏବଂ ଏହି ବର୍ଗଙ୍କ ଅଧିକାର ଓ ହିତ ସୁରକ୍ଷା ପାଇଁ ସେ ବ୍ୟକ୍ତିଗତ ଭାବରେ କୌଣସି ମୂଲ୍ୟ ଦେବାକୁ ମଧ
ଚାଷୀଙ୍କ ହିତ ଭାରତର     ସର୍ବୋଚ୍ଚ ପ୍ରାଥମିକତା- ପିଏମ ମୋଦି


ନୂଆଦିଲ୍ଲୀ, 7 ଅଗଷ୍ଟ (ହି.ସ.)

-ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦି କହିଛନ୍ତି ଯେ କୃଷକ, ମତ୍ସ୍ୟଜୀବୀ ଓ ପଶୁପାଳକମାନଙ୍କର ହିତ ଭାରତ ସରକାରର ସର୍ବୋଚ୍ଚ ପ୍ରାଥମିକତା ଅଟେ ,

ଏବଂ ଏହି ବର୍ଗଙ୍କ ଅଧିକାର ଓ ହିତ ସୁରକ୍ଷା ପାଇଁ ସେ

ବ୍ୟକ୍ତିଗତ ଭାବରେ କୌଣସି ମୂଲ୍ୟ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ସେ ଏହା ମଧ୍ୟ ଦୋହରାଇଛନ୍ତି

ଯେ ଭାରତ କେବେ ବି ନିଜର ଅନ୍ନଦାତାଙ୍କ ସହିତ କୌଣସି ବୁଝାମଣା କରିବ ନାହିଁ।

ପ୍ରଧାନମନ୍ତ୍ରୀ ମୋଦି ଆଜି

ନୂଆଦିଲ୍ଲୀ ସ୍ଥିତ ଆଇସିଏଆରପୂସାରେ ଆୟୋଜିତ “ଏମ.ଏସ୍. ସ୍ୱାମୀନାଥନ୍ ଶତାବ୍ଦୀ ଆନ୍ତର୍ଜାତୀୟ ସମ୍ମିଳନୀ”

କୁ ସମ୍ବୋଧନ କରୁଛନ୍ତି । ସେ ଭାରତର କୃଷି କ୍ଷେତ୍ରକୁ

ଆତ୍ମନିର୍ଭର ଓ ସ୍ଥାୟୀ କରିବା ଦିଗରେ ପ୍ରଫେସର୍ ସ୍ୱାମୀନାଥନଙ୍କ ଅମୂଲ୍ୟ ଅବଦାନକୁ ସ୍ମରଣ କରି

ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି

ଯେ ଡ଼. ସ୍ୱାମୀନାଥନ୍ ଦେଖାଇ ଦେଇଥିଲେ ଯେ ବିଜ୍ଞାନ କେବଳ ଆବିଷ୍କାର ପାଇଁ ନୁହେଁ,

ବରଂ ଏହା ବିତରଣର ମଧ୍ୟ ଏକ ଉପାୟ ହେବା ଉଚିତ। ସେ

ନିଜର ଗବେଷଣା ଦ୍ୱାରା କୃଷକମାନେ

କୃଷିର ଆଧୁନିକ ପ୍ରଣାଳୀ ଅନୁସରଣ କରିବା ପାଇଁ ପ୍ରେରିତ କରିଥିଲେ। ତାଙ୍କର ଚିନ୍ତାଧାରା ଆଜି

ମଧ୍ୟ ଆମର ନୀତି ଓ କୃଷି ବିଜ୍ଞାନରେ ପ୍ରତିଫଳିତ ହୁଏ।

ମୋଦି କହିଛନ୍ତି ଯେ ସବୁଜ

କ୍ରାନ୍ତିର ଜନକ ଭାବରେ ପରିଚିତ ଡ଼. ସ୍ୱାମୀନାଥନଙ୍କ ଅବଦାନ କେବଳ କୃଷି ଉତ୍ପାଦନ ପର୍ଯ୍ୟନ୍ତ ସୀମିତ ଥିଲାନାହିଁ,

ସେ ବାୟୋଡାଇଭର୍ସିଟି (ଜୀବ ବୈବିଧ୍ୟ) ଓ

ବାୟୋ-ହ୍ୟାପିନେସ୍ ଭଳି ଧାରଣା ଦ୍ୱାରା ସ୍ଥାନୀୟ ସମୁଦାୟକୁ ସଶକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଡ଼. ସ୍ୱାମୀନାଥନ୍ ବିଶ୍ୱାସ କରୁଥିଲେ ଯେ ବାୟୋଡାଇଭର୍ସିଟି ଦ୍ୱାରା ସ୍ଥାନୀୟ

ଲୋକମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିହେବ।

ସେ ଜଣାଇଛନ୍ତି ଯେ ଡ଼. ସ୍ୱାମୀନାଥନଙ୍କ ସ୍ମୃତିରେ “ଏମ.ଏସ୍. ସ୍ୱାମୀନାଥନ୍ ଅଓାର୍ଡ୍ ଫର୍ ଫୁଡ୍ ଏଣ୍ଡ ପିସ୍” ର ଆରମ୍ଭ କରାଯାଇଛି, ଯାହା ବିକାଶଶୀଳ

ଦେଶଗୁଡିକର ସେହି ବୈଜ୍ଞାନିକମାନଙ୍କୁ ପ୍ରଦାନ କରାଯିବ ଯେଉଁମାନେ ଖାଦ୍ୟ ସୁରକ୍ଷା ଦିଗରେ

ଉଲ୍ଲେଖନୀୟ ଅବଦାନ ରଖିଛନ୍ତି। ଏହି ପୁରସ୍କାରର ପ୍ରଥମ ବିଜେତା ନାଇଜିରିଆର ଜଣେ ପ୍ରଫେସର୍

ହୋଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଆଜି ଚାଉଳ, ଗହମ, କପାସ,

ପରିବା ଓ ମାଛ ଉତ୍ପାଦନରେ ବିଶ୍ୱର ଶୀର୍ଷ ସ୍ଥାନରେ ଅଛି। ସେ କହିଛନ୍ତି ଯେ, “ସୋୟାବିନ୍, ବାଦାମ ଓ ସୋରିଷ

ଭଳି ଫସଲର ଉତ୍ପାଦନ ମଧ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଏହା ଆମ କୃଷକମାନଙ୍କ ପରିଶ୍ରମ ଓ

ସରକାରଙ୍କ କୃଷକ-କେନ୍ଦ୍ରିକ ନୀତିର ପରିଣାମ ଅଟେ।”

ସରକାର ଦ୍ୱାରା ଆରମ୍ଭ କରାଯାଇଥିବା ବିଭିନ୍ନ ଯୋଜନାର

ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ

ପି.ଏମ.-କୃଷକ ସମ୍ମାନ ନିଧି, ପି.ଏମ.-ସମ୍ପଦା ଯୋଜନା ଓ ସମ୍ପ୍ରତି ଆରମ୍ଭ ହୋଇଥିବା ପି.ଏମ. ଧନ-ଧାନ୍ୟ ଯୋଜନା ପରି

କାର୍ଯ୍ୟକ୍ରମମାନେ କୃଷକମାନଙ୍କ ଆର୍ଥିକ ସ୍ଥିତିକୁ ଶକ୍ତିଶାଳୀ କରିବା ଦିଗରେ କାମ କରୁଛି। ସେ

କହିଛନ୍ତି ଯେ ସରକାର କୃଷକମାନେ ସ୍ୱାବଲମ୍ବୀ ହେଉଥିବା ଓ କୃଷିକୁ ଲାଭକାରୀ ବ୍ୟବସାୟ କରିବା ପାଇଁ ଲଗାତାର ପ୍ରୟାସ ଚାଲାଇ ଆସୁଛନ୍ତି।

ପ୍ରଧାନମନ୍ତ୍ରୀ

ବୈଜ୍ଞାନିକମାନଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ଖାଦ୍ୟ ସୁରକ୍ଷା ସହିତସହିତ ପୋଷଣ ସୁରକ୍ଷା

(ନ୍ୟୁଟ୍ରିସନାଲ୍ ସିକ୍ୟୁରିଟି) ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ ଏବଂ ପ୍ରାକୃତିକ କୃଷି,

ଫସଲ ବିବିଧିକରଣ (କ୍ରପ୍ ଡାଇଭର୍ସିଫିକେସନ୍) ଓ

ଜଳବାୟୁ ପ୍ରତିରୋଧୀ ପ୍ରଜାତି (କ୍ଲାଇମେଟ୍ ରେଜିଲିଏଣ୍ଟ ବ୍ୟାରାଇଟିଜ୍) ଉପରେ ଗବେଷଣାକୁ

ଉତ୍ସାହିତ କରନ୍ତୁ।

ସେ ଆର୍ଟିଫିସିଆଲ୍

ଇଣ୍ଟେଲିଜେନ୍ସ୍ ଓ ମେସିନ୍ ଲର୍ଣ୍ଣିଂ ପରି ନୂତନ ପ୍ରଯୁକ୍ତିଗୁଡ଼ିକୁ କୃଷି ସହ ଯୋଡ଼ିବା ପାଇଁ

ସୁପାରିଶ କରିଛନ୍ତି।

ସେ କହିଛନ୍ତି ଯେ ଆମ ପାଖରେ

ପାରମ୍ପରିକ କୃଷି ଜ୍ଞାନର ଏକ ବୈଭବଶାଳୀ ଐତିହ୍ୟ ଅଛି, ଯାହାକୁ ଆଧୁନିକ ବିଜ୍ଞାନ ସହିତ ଯୋଗ କରି ଗୋଟିଏ ସମଗ୍ର କୃଷି ପ୍ରଣାଳୀ ବିକଶିତ

କରାଯାଇପାରିବ। ପ୍ରଧାନମନ୍ତ୍ରୀ ଯୁବ ବୈଜ୍ଞାନିକମାନେ ଓ ଉଦ୍ୟୋଗୀମାନେ କୃଷକମାନଙ୍କ ପାଇଁ

ନବପ୍ରଯୋଜନ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ଏବଂ ଭାରତକୁ ‘ଗ୍ରୀନ୍ ପ୍ରଡକ୍ସନ୍’ ରେ ଏକ ଅଗ୍ରଣୀ ଦେଶ

କରିବା ନିମନ୍ତେ ଆହ୍ୱାନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଡ଼.

ସ୍ୱାମୀନାଥନଙ୍କୁ ଭାରତ

ରତ୍ନ ପୁରସ୍କାର ଦେଇ ସମ୍ମାନିତ କରିବାକୁ ସରକାର ପାଇଁ ଏକ ଗର୍ବର ବିଷୟ ବୋଲି କହିଛନ୍ତି ଓ

କହିଛନ୍ତି ଯେ ତାଙ୍କର ଚିନ୍ତାଧାରା ଆଗାମୀ ଦଶକଗୁଡ଼ିକରେ ଭାରତର ନୀତିଗୁଡ଼ିକୁ ଦିଗନିର୍ଦେଶ

ଦେଉଥିବା ଜାରି ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande