ଭୁବନେଶ୍ୱର, 7 ଅଗଷ୍ଟ (ହି.ସ.)
- ପୂର୍ବତନ
ଉପବାଚସ୍ପତି ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ବିୟୋଗରେ ବାଚସ୍ପତି ସୁରମା ପାଢୀ ଶୋକ
ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ବାଚସ୍ପତି କହିଛନ୍ତି ଯେ, ପବିତ୍ର ଓଡ଼ିଶା
ବିଧାନସଭାର ପୂର୍ବତନ ଉପବାଚସ୍ପତି, ଖଣ୍ଡପଡ଼ାର ଅନନ୍ୟ ଜନପ୍ରିୟ ନେତା ତଥା ରାଜା ସାହେବ ଶ୍ରୀଯୁକ୍ତ ବିଭୂତି ଭୂଷଣ ସିଂହ
ମର୍ଦ୍ଦରାଜଙ୍କ ପରଲୋକ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ l
ବାଚସ୍ପତି ମହାପ୍ରଭୁ
ଶ୍ରୀଜଗନ୍ନାଥଙ୍କ ନିକଟରେ ଦିବଙ୍ଗତ ଆତ୍ମାଙ୍କ ସଦଗତି କାମନା କରିବା ସହ ପରିବାର ବର୍ଗଙ୍କ
ପ୍ରତି ଗଭୀର ସମବେଦନା ଜଣାଇଛନ୍ତି l
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା