ଆଜିଠାରୁ ଭାରତୀୟ ଉତ୍ପାଦ ଉପରେ ଆମେରିକାର 25 ପ୍ରତିଶତ ଟାରିଫ ଲାଗୁ, ଅତିରିକ୍ତ ଟାରିଫ ଅଗଷ୍ଟ 27ରୁ ପ୍ରଭାବୀ
ନୂଆଦିଲ୍ଲୀ, 7 ଅଗଷ୍ଟ (ହି.ସ.)- ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ରୁଷରୁ ତେଲ କ୍ରୟ ଜାରି ରଖିବାକୁ ନେଇ ଭାରତୀୟ ପଣ୍ୟସାମଗ୍ରୀ ଉପରେ 25 ପ୍ରତିଶତ ଅତିରିକ୍ତ ଶୁଳ୍କ (ଟ୍ୟାରିଫ୍) ଲାଗୁ କରିବା ଘୋଷଣା କରିଛନ୍ତି। ଖାସ୍ କଥା ହେଉଛି ଯେ, 7 ଅଗଷ୍ଟ – ଅର୍ଥାତ୍ ଆଜ
ଆଜିଠାରୁ ଭାରତୀୟ ଉତ୍ପାଦ     ଉପରେ ଆମେରିକାର 25 ପ୍ରତିଶତ ଟାରିଫ ଲାଗୁ, ଅତିରିକ୍ତ ଟାରିଫ ଅଗଷ୍ଟ 27ରୁ ପ୍ରଭାବୀ


ନୂଆଦିଲ୍ଲୀ, 7 ଅଗଷ୍ଟ (ହି.ସ.)- ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ରୁଷରୁ ତେଲ କ୍ରୟ

ଜାରି ରଖିବାକୁ ନେଇ ଭାରତୀୟ ପଣ୍ୟସାମଗ୍ରୀ ଉପରେ 25 ପ୍ରତିଶତ

ଅତିରିକ୍ତ ଶୁଳ୍କ (ଟ୍ୟାରିଫ୍) ଲାଗୁ କରିବା ଘୋଷଣା କରିଛନ୍ତି। ଖାସ୍ କଥା ହେଉଛି ଯେ,

7 ଅଗଷ୍ଟ – ଅର୍ଥାତ୍ ଆଜିଠାରୁ ଆରମ୍ଭ ହେଉଥିବା 25 ପ୍ରତିଶତର ପ୍ରାରମ୍ଭିକ ଟ୍ୟାରିଫ୍ ଲାଗୁ ହେବାର

କିଛି ଘଣ୍ଟା ପୂର୍ବରୁ ଟ୍ରମ୍ପ ଏହି 25 ପ୍ରତିଶତ ଅତିରିକ୍ତ ଶୁଳ୍କ ସଂପର୍କିତ

କାର୍ଯ୍ୟନିର୍ବାହୀ ଆଦେଶରେ ସ୍ୱାକ୍ଷର କରିଛନ୍ତି।

30ଜୁଲାଇ ତାରିଖରେ ଆମେରିକା

ଭାରତୀୟ ପ୍ରଯୁକ୍ତି ପଣ୍ୟସାମଗ୍ରୀ ଉପରେ 25 ପ୍ରତିଶତ ଟ୍ୟାରିଫ୍ ଲାଗୁ କରିବା ଘୋଷଣା କରିଥିଲା,

ଯାହା ଆଜିଠାରୁ ପ୍ରଭାବୀ ହୋଇଯାଇଛି। ବୁଧବାର ଘୋଷିତ

ଅତିରିକ୍ତ ଟ୍ୟାରିଫ୍ 27 ଅଗଷ୍ଟରୁ ପ୍ରଭାବୀ ହେବ।

ହ୍ୱାଇଟ୍ ହାଉସ ତରଫରୁ ବୁଧବାର ଜାରି କରାଯାଇଥିବା

ଏକ ଆଦେଶରେ କୁହାଯାଇଛି ଯେ, ଭାରତ ବର୍ତ୍ତମାନ

ରୁଷରୁ ତେଲ ଆମଦାନୀ କରୁଛି, ଏହି କାରଣରୁ

ଭାରତରୁ ଆସୁଥିବା ପଣ୍ୟସାମଗ୍ରୀ ଉପରେ ଆମେରିକା 25 ପ୍ରତିଶତ ଅତିରିକ୍ତ ଟ୍ୟାରିଫ୍ ଲାଗୁ କରିବା

ନିଷ୍ପତ୍ତି ନେଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande