ଭୁବନେଶ୍ୱର, 7 ଅଗଷ୍ଟ (ହି.ସ.)- ପୂର୍ବତନ
ଉପବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି
ଦେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ । ବିଧାନସଭାରେ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ
ପାର୍ଥିବ ଶରୀରକୁ ଦିଆଗଲା ଗାର୍ଡ ଅଫ ଅନର । ଏହାସହ ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ,
ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା,
ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ,
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ
ମଲ୍ଲିକ, ବରିଷ୍ଠ ବିଜେଡି
ନେତା ଦେବୀ ପ୍ରସାଦ ମିଶ୍ର, ବିଜେଡ଼ି ବିଧାୟକ
ଅନନ୍ତ ନାରାୟଣ ଜେନା ଏବଂ ବିଧାନସଭାର ଅଧିକାରୀ ମାନେ ପୂର୍ବତନ ଉପବାଚସ୍ପତି ସ୍ବର୍ଗତ ବିଭୂତି
ଭୂଷଣ ସିଂହ ମର୍ଦ୍ଦରାଜଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା