ନୂଆଦିଲ୍ଲୀ, 7 ଅଗଷ୍ଟ (ହି.ସ.)- କେନ୍ଦ୍ର ସରକାର
ସିଭିଲ୍ ସେବା ପରୀକ୍ଷାର ସାକ୍ଷାତକାର ପର୍ଯ୍ୟନ୍ତ ପହଞ୍ଚିଥିବା,
କିନ୍ତୁ ଚୟନ ହେବାରୁ ବଞ୍ଚିଥିତ ହୋଇଥିବା ହଜାର ହଜାର
ପ୍ରାର୍ଥୀଙ୍କୁ ଆଶ୍ୱସ୍ତି ଦେବା ଦିଗରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି।
ରାଜ୍ୟସଭାରେ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ, କେନ୍ଦ୍ରୀୟ କାର୍ମିକ, ଲୋକ ଅଭିଯୋଗ ଓ
ପେନ୍ସନ୍ ରାଜ୍ୟମନ୍ତ୍ରୀ ଡ଼ଃ ଜିତେନ୍ଦ୍ର ସିଂହ ଗୁରୁବାର କହିଛନ୍ତି ଯେ ସରକାର 'ପ୍ରତିଭା-ସେତୁ' ନାମକ ଗୋଟିଏ ପୋର୍ଟାଲ୍ ଆରମ୍ଭ କରିଛନ୍ତି, ଯାହା ମାଧ୍ୟମରେ ଏହି ମେଧାବୀ କିନ୍ତୁ ଅସଫଳ ପ୍ରାର୍ଥୀ ଘରୋଇ ଓ ସାର୍ବଜନୀନ କ୍ଷେତ୍ରରେ
ଭଲ ଚାକିରି ସୁଯୋଗ ପାଇପାରିବେ।
ମନ୍ତ୍ରୀ କହିଛନ୍ତି ଯେ ବର୍ଷ
2020-21 ରୁ 2024-25 ପର୍ଯ୍ୟନ୍ତ ମୋଟ 52,910 ପ୍ରାର୍ଥୀର ୟୁପିଏସସିର ସାକ୍ଷାତକାରରେ ଅଂଶ ନେଇଥିଲେ, ଏଥିରୁ 33,950 ପ୍ରାର୍ଥୀ ଅନ୍ତିମ ଚୟନ ତାଲିକାରେ ସ୍ଥାନ ପାଇପାରିନଥିଲେ। ଏହି ପ୍ରାର୍ଥୀମାନଙ୍କ ପାଇଁ ସରକାର ‘ପବ୍ଲିକ୍ ଡିସ୍କ୍ଲୋଜର୍ ଯୋଜନା’ ଓ ସାମ୍ପ୍ରତିକରେ ‘ପ୍ରତିଭା-ସେତୁ’
ପୋର୍ଟାଲ୍ ଆରମ୍ଭ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା