ଡେରାଡୁନ, 7 ଅଗଷ୍ଟ (ହି.ସ.)-ଉତ୍ତରକାଶୀ
ଜିଲ୍ଲାର ଧରାଲି ଓ ହର୍ଷିଲ୍ ଅଞ୍ଚଳରେ ବାଦଳ ଫାଟିବା ଓ ବନ୍ୟା ପରେ,
ଆଜି ତୃତୀୟ ଦିନ ଗୁରୁବାର ସକାଳଠାରୁ ରେସକ୍ୟୁ କାର୍ଯ୍ୟ
ଯୁଦ୍ଧସ୍ତରରେ ଜାରି ରହିଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଆଜି ସକାଳେ ଉତ୍ତରକାଶୀ
ପହଞ୍ଚି ଏନଡିଆରଏଫ୍, ଏସଡିଆରଏଫ୍ ଓ
ପ୍ରଶାସନିକ ଅଧିକାରୀମାନେ ସହିତ ଭେଟି ଧରାଲି ଅଞ୍ଚଳରେ ଚାଲିଥିବା ରେସକ୍ୟୁ କାର୍ଯ୍ୟର ଅଗ୍ରଗତି ବିଷୟରେ ସମୀକ୍ଷା କରିଛନ୍ତି । ସେ
ବିପଦ୍ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଆରମ୍ଭ ହୋଇଥିବା ହେଲିକପ୍ଟର ରେସ୍କ୍ୟୁ ଅପରେସନ୍କୁ ଅଧିକ
କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ତାଙ୍କର
ସୋସିଆଲ୍ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ – “ଆଜି ସକାଳୁ ହେଲି ରେସ୍କ୍ୟୁ ଆରମ୍ଭ ହୋଇଛି। ଯାତ୍ରା ମାର୍ଗ ବାଧାପ୍ରାପ୍ତ ହେବାରୁ ଅନେକ
ଲୋକ ଫସିଥିବା ବେଳେ ସେମାନଙ୍କୁ ମାତଲି ହେଲିପ୍ୟାଡ୍, ଉତ୍ତରକାଶୀକୁ ସୁରକ୍ଷିତ ଭାବେ ନିଆଯାଉଛି।”
ଅପରେସନରେ ଲାଗିଥିବା
ଦଳଗୁଡ଼ିକର ସାହସ ଓ ସମର୍ପଣକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,
“କଠିନ ପରିସ୍ଥିତି ମଧ୍ୟରେ ମଧ୍ୟ ଏହି ଦଳ ନିଷ୍ଠା ଓ
କାର୍ଯ୍ୟକୁଶଳତାର ସହିତ ଯେପରି ଦୃଷ୍ଟାନ୍ତମୂଳକ ଉଦାହରଣ ପ୍ରସ୍ତୁତ କରୁଛନ୍ତି,
ତାହା ବିପର୍ଯ୍ୟୟ ପରିଚାଳନାରେ ଅନୁକରଣୀୟ।”
ଅପରେସନ୍ ଅଭିଯାନ ଦ୍ୱାରା ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଲୋକଙ୍କୁ
ଉଦ୍ଧାର କରାଯାଇଛି, କିନ୍ତୁ ସେନା ଯବାନମାନଙ୍କ ସମେତ ଅନେକ ଲୋକ ଏବେ ସୁଦ୍ଧା ନିଖୋଜ ଅଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା