ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି
ନୂଆଦିଲ୍ଲୀ, 7 ଅଗଷ୍ଟ (ହି.ସ.) - ନିର୍ବରଚନ ଆୟୋଗ ପକ୍ଷରୁ ଉପରାଷ୍ଟ୍ରପତି ନିର୍ବାଚନ 2025 ସମ୍ପର୍କିତ ଅଧିସୂଚନା ଜାରି କରାଯାଇଛି। ନାମାଙ୍କନ, ଯାଞ୍ଚ, ନାମାଙ୍କନ ପ୍ରତ୍ୟାହୃତ ଓ ମତଦାନ ତାରିଖ ପୂର୍ବରୁ ଘୋଷଣା କରାଯାଇଛି। ଯଦି ଜଣେରୁ ଅଧିକ ପ୍ରାର୍ଥୀ ଥିବେ, ତ
ଉପରାଷ୍ଟ୍ରପତି ନିର୍ବାଚନ     ପାଇଁ ବିଜ୍ଞପ୍ତି ଜାରି


ନୂଆଦିଲ୍ଲୀ, 7 ଅଗଷ୍ଟ (ହି.ସ.)

- ନିର୍ବରଚନ ଆୟୋଗ ପକ୍ଷରୁ

ଉପରାଷ୍ଟ୍ରପତି ନିର୍ବାଚନ 2025 ସମ୍ପର୍କିତ ଅଧିସୂଚନା

ଜାରି କରାଯାଇଛି। ନାମାଙ୍କନ, ଯାଞ୍ଚ, ନାମାଙ୍କନ

ପ୍ରତ୍ୟାହୃତ ଓ ମତଦାନ ତାରିଖ ପୂର୍ବରୁ ଘୋଷଣା କରାଯାଇଛି। ଯଦି ଜଣେରୁ ଅଧିକ ପ୍ରାର୍ଥୀ ଥିବେ,

ତେବେ ମତଦାନ 9 ସେପ୍ଟେମ୍ବରରେ ହେବ। ଅଧିସୂଚନା ଜାରି

ସହିତ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି, ଯାହା 21 ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ।

ଆୟୋଗ ଉପରାଷ୍ଟ୍ରପତି ନିର୍ବାଚନ ଅଧିନିୟମ,

1952 ର ଧାରା 4 ର ଉପଧାରା (1) ଓ (4) ଅନୁସାରେ ଏହି

ଅଧିସୂଚନା ଜାରି କରିଛି। ଏହି ଅଧିସୂଚନା ଆଜି ଭାରତର ରାଜପତ୍ରରେ ପ୍ରକାଶିତ ହୋଇଛି ଓ ରାଜ୍ୟ

ରାଜପତ୍ରରେ ସ୍ଥାନୀୟ ଭାଷାରେ ପୁନଃ ପ୍ରକାଶିତ କରାଯାଉଛି।

ନାମାଙ୍କନ ପତ୍ରଗୁଡ଼ିକର

ଯାଞ୍ଚ 22 ଅଗଷ୍ଟରେ ହେବ। ମତଦାନ 9 ସେପ୍ଟେମ୍ବରରେ ସକାଳ 10 ରୁ ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ

ହେବ ଓ ସେହି ଦିନ ମତଗଣନା କରାଯିବ।

ଉଲ୍ଲେଖନୀୟ ଯେ,

ଉପରାଷ୍ଟ୍ରପତି ରାଜ୍ୟସଭାର ସଭାପତି ଭାବେ କାର୍ଯ୍ୟ

କରିଥାନ୍ତି ଓ ରାଷ୍ଟ୍ରପତିଙ୍କ ଅନୁପସ୍ଥିତିରେ ସେ ତାଙ୍କର କାର୍ଯ୍ୟଦାୟିତ୍ୱ ପୂରଣ କରିଥାନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande