ଜିଲ୍ଲାର ଏ-୧ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ
ଜିଲ୍ଲାର ଏ-୧ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ
ଜିଲ୍ଲାର  ଏ-୧ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ


ଜିଲ୍ଲାର  ଏ-୧ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ


ଜିଲ୍ଲାର  ଏ-୧ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ


ଜିଲ୍ଲାର  ଏ-୧ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ


ଜିଲ୍ଲାର  ଏ-୧ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ


ଜିଲ୍ଲାର  ଏ-୧ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ


ରୋଟାରୀ କ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟ: ସମ୍ବଲପୁର ବିଶ୍ଵବିଦ୍ୟାଳୟ ଚମ୍ପିୟାନ


ସମ୍ବଲପୁର, ୦୮ ଅଗଷ୍ଟ (ହି.ସ.)

ସ୍ଥାନୀୟ ଚନ୍ଦ୍ରଶେଖର ବେହେରା ଜିଲ୍ଲାସ୍କୁଲରେ ମାଧ୍ୟମିକ ପ୍ରଧାନ ଶିକ୍ଷକଙ୍କ ପ୍ରଶିକ୍ଷଣ ଓ ଗତ ବାର୍ଷିକ ପରୀକ୍ଷାରେ ଏ-୧ ଗ୍ରେଡରେ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେଇଯାଇଛି।ଏଥିରେ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ବର ବଳିରାମ ବୋନ୍ଦାର ମୁଖ୍ଯ ଅତିଥି ଭାବରେ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବରେ ଆଇ ଏ ଏସ୍ ଶିକ୍ଷାନବିସ ଶୁଭ୍ରା ପଣ୍ଡା ,ଜିଲ୍ଲା ମଙ୍ଗଳ ଅଧିକାରୀ ମୃତ୍ୟୁଞ୍ଜୟ ବଡପଣ୍ଡା ଓ ଉତ୍ତରାଞ୍ଚଳ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଅମୂଲ୍ଯ କୁମାର ପ୍ରଧାନ ଯୋଗ ଦେଇଥିଲେ।ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏ ସଭାରେ ଜିଲ୍ଲାସ୍କୁଲ ଛାତ୍ରୀମାନେ ସ୍ଵାଗତ ସଂଗୀତ ପରିବେଷଣ କରିବା ପରେ ସ୍ଵାଗତ ବକ୍ତବ୍ଯ ପ୍ରଦାନ କରିଥିଲେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଉଜାଗର ପ୍ରଧାନ। ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ସମ୍ବର୍ଦ୍ଧନା ସଭାର ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ ଅନ୍ୟତମ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସତ୍ଯବ୍ରତ ସାହୁ।ପ୍ରଥମେ ରାଜ୍ୟର ବୋର୍ଡ ହାଇସ୍କୁଲ,ସି ବି ଏସ୍ ସି ପରୀକ୍ଷା ,ଆଇ ସି ଏସ ସି ପରୀକ୍ଷା ଓ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷାରେ ଏ-୧ ଗ୍ରେଡ ସହ ବ୍କକ ଓ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ଯ ଅତିଥି ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ।ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦାର ଛାତ୍ରଛାତ୍ରୀ ମାନଙ୍କୁ ସଫଳତାର ଶିଖର ଛୁଇଁବାକୁ ହେଲେ ନିରନ୍ତର ଏକାଗ୍ରତା, ଅଧ୍ୟବସାୟ ସହ ଅଧ୍ୟୟନରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ। ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ସଫଳ ନେତୃତ୍ବ ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ସଫଳତା ନିର୍ଭର କରେ ବୋଲି କହିଥିଲେ।ଏ ଅବସରରେ ଜିଲ୍ଲା ମଙ୍ଗଳ ଅଧିକାରୀ ମୃତ୍ୟୁଞ୍ଜୟ ବଡପଣ୍ଡା, ଆଇ ଏ ଏସ୍ ଶିକ୍ଷାନବିସ ଶୁଭ୍ରା ପଣ୍ଡା ମଧ୍ଯ ନିଜ ବକ୍ତବ୍ଯର ଶୈକ୍ଷିକ ଉନ୍ନତି ସଂପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯାୟରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ପ୍ରଧାନ ଶିକ୍ଷକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା।ଗତ ବର୍ଷ ବାର୍ଷିକ ପରୀକ୍ଷାର ସମୀକ୍ଷା କରାଯିବା ସହ ଚଳିତ ବର୍ଷ ଅଧିକ ସଂଖ୍ୟକ ଏ-୧ ଗ୍ରେଡରେ ଛାତ୍ରଛାତ୍ରୀ ପାସ କରିବା ଲକ୍ଷ୍ୟ ପୂରଣ ସକାଶେ ବିଭିନ୍ନ ଯୋଜନା ଓ ପଦକ୍ଷେପ ସଂପର୍କରେ ଆଲୋଚନା କରାଯାଇ ଥିଲା।ଉତ୍ତରାଞ୍ଚଳ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଭୋଇ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ।ଏଥିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ କରଣ ଶର୍ମା, ସପ୍ତଶ୍ରୀ ମହାପାତ୍ର ଅଂଶଗ୍ରହଣ କରିଥିଲେ।ଶେଷରେ ସରକାରଙ୍କ ବିଭିନ୍ନ ଯୋଜନାର ରୂପରେଖ ସଂପର୍କରେ କୁଚିଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୀତା ପ୍ରଧାନ ସୂଚନା ଦେଇଥିଲେ।ଜିଲ୍ଲାସ୍କୁଲ ପ୍ରଧାନ ଶିକ୍ଷକ ଲୋକିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ଶିକ୍ଷକ ଗୌରୀଦାଶ ପ୍ରଧାନ, ଶିକ୍ଷୟିତ୍ରୀ ରାଖି ମହାପାତ୍ର, ଦେବସ୍ମିତା ରାଉତ, ଦୀପାଳି ଚୌଧୁରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଯୋଗଦେଇ ପରୀକ୍ଷାରେ ଭଲ ନମ୍ବର ରଖି ଏ1 ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନଦନ ଜଣାଇ ସେମାନଙ୍କ ଏହି କୃତି ହାସଲ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଶିକ୍ଷକ, ଅଭିଭାବକ ଙ୍କୁ କୃତଜ୍ଞତା ଜଣାଇଥିଲେ।ଜିଲ୍ଲାପାଳ ଛାତ୍ରଛାତ୍ରୀମାନେ କିପରି ଜୀବନରେ ସଫଳତା ପାଇପାରିବେ, ସେ ସମ୍ପର୍କରେ ପ୍ରେରଣାଦାୟକ ପରାମର୍ଶ ଦେଇକହିଥିଲେ, ନିୟମିତ ଅଧ୍ୟୟନ,ନିଜର ଲକ୍ଷ୍ୟ ନିର୍ଦ୍ଧାରଣ କରନ୍ତୁ । ଜୀବନରେ କ'ଣ କରିବାକୁ ଚାହୁଁଛନ୍ତି, ତାହା ସ୍ପଷ୍ଟ ଭାବରେ ଭାବନ୍ତୁ, ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ବିନା କୌଣସି ଉନ୍ନତି ସମ୍ଭବ ନୁହେଁ । ସମୟର ସଦୂପଯୋଗ କରିବି ସହ କଠୋର ପରିଶ୍ରମ କରନ୍ତୁ ଏବଂ ନିଜ ଉପରେ ଆତ୍ମ ବିଶ୍ବାସ ରଖନ୍ତୁ । ତେବେ ନିଶ୍ଚିତ ଭାବେ ଆପଣମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ। ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସମସ୍ତ ସ୍କୁଲ ର ମୁଖ୍ୟ ଅଭିଭାବକ ମାନଙ୍କ ସହିତ ସିଧାସଳଖ ଇଣ୍ଟେରଆକ୍ଟ କରିବାକୁ କହିଥିଲେ, ଯାହାର ଦ୍ଵାରା ପ୍ରତ୍ୟକ୍ଷ ଭାବେ ଭୂମିସ୍ତରର(ଗ୍ରାଉଣ୍ଡ ଲେଭେଲ) ରେ ଉପଯୁଥିବା ସମସ୍ୟା ର ସମାଧାନ ହୋଇ ପାରିବ ଏବଂ ସରକାରଙ୍କ ଦ୍ଵାରା ପ୍ରଚଳିତ ଶିକ୍ଷାନୀତି ତଳ ସ୍ତରରେ ସଠିକ ଭାବେ କାର୍ଯ୍ୟାନ୍ୱୟନ(ଇମ୍ପିଲିମେଣ୍ଟ) ହୋଇପାରିବ। ଅଧ୍ୟାପକମାନେଙ୍କୁ ଏହି ଅବସରରେ ସମ୍ବୋଧନ କରି କହିଛନ୍ତି, “ଦେଶର ଭବିଷ୍ୟତ ଆପଣମାନଙ୍କ ହାତରେ ଅଛି। ତେଣୁ ଆପଣଙ୍କ ମାନଙ୍କର ଏହା ଗୁରୁଦାୟିତ୍ଵକୁ ସତର୍କତା, ନିଷ୍ଠା ଓ ଦୃଢ଼ ଉଦ୍ୟମ ସହିତ ନିଭାନ୍ତୁ। ସେ ଅଧ୍ୟାପକମାନଙ୍କୁ ପ୍ରେରଣା ଦେଇଛନ୍ତି ଯେ ସେମାନେ ଦଳବଦ୍ଧ ଭାବେ କାମ କରି ସ୍କୁଲରେ ଶିକ୍ଷା ଗୁଣାତ୍ମକତା ବଢ଼ାନ୍ତୁ, ନୂତନ ପ୍ରଯୁକ୍ତି ବ୍ୟବହାରର ସଦୁପୋଯୋଗ କରି ଶିକ୍ଷାକୁ ଆଧୁନିକ ମାନକକୁ ବୃଦ୍ଧି କରନ୍ତୁ । ଛାତ୍ରଛାତ୍ରୀ ମାନଙ୍କୁ ଦକ୍ଷତା ବିକାଶ ମୂଳକ ପାଠ୍ୟକ୍ରମ ଯେପରିକି ରଙ୍ଗମଞ୍ଚ କଳା, ସାହିତ୍ୟ ଚର୍ଚ୍ଚା, ଖେଳକୁଦ, ବୈଜ୍ଞାନିକ ପ୍ରଦର୍ଶନୀ, ଡିବେଟ, ଆଲୋଚନା, ଆଉଟଡୋର କ୍ୟାମ୍ପ, ଶିକ୍ଷାମୂଳକ ଭ୍ରମଣ ଇତ୍ୟାଦିରେ ନିଯୋଜିତ କରାନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande