କୋଲକାତା, 8 ଅଗଷ୍ଟ (ହି.ସ.)- ଆରଜି କର୍
ମେଡିକାଲ୍ କଲେଜରେ ଗତ ବର୍ଷ ଅଗଷ୍ଟ ୯ ତାରିଖରେ ଜଣେ ମହିଳା ଡାକ୍ତରଙ୍କ ସହ ଘଟିଥିବା ଗଣ
ଦୁଷ୍କର୍ମ ଓ ହତ୍ୟା ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ଭୂମିକାକୁ ନେଇ ପୀଡ଼ିତାଙ୍କ
ମାତାପିତା ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେମାନଙ୍କ କହିବା ଅନୁସାରେ,
ସିବିଆଇ ନିର୍ଦ୍ଦେଶକ ନିଜେ ଏହି ମାମଲାରୁ ହଟିବା କଥା
କହିଛନ୍ତି।
ଦିଲ୍ଲୀରେ କେନ୍ଦ୍ରୀୟ
ଏଜେନ୍ସି ନିର୍ଦ୍ଦେଶକଙ୍କ ସହ ଭେଟି କୋଲକାତା ଫେରିଥିବା ପୀଡ଼ିତାଙ୍କ ବାପା କହିଛନ୍ତି ଯେ
ସେମାନେ ଦିଲ୍ଲୀ ଯାଇଥିଲେ ଓ ସେଠାରେ ସିବିଆଇ ନିର୍ଦ୍ଦେଶକଙ୍କୁ ଭେଟିଥିଲେ। ସେ କହିଛନ୍ତି,
ସିବିଆଇନିର୍ଦ୍ଦେଶକ ନିଜେ କହିଛନ୍ତି ଯେ ସେମାନେ ଏହି ମାମଲାକୁ ଛାଡ଼ିଦେବେ। ସେ ଏହା ମଧ୍ୟ
କହିଛନ୍ତି ଯେ ସେମାନେ ଏହି ଅବସ୍ଥା ବିଷୟରେ ଅଦାଲତକୁ ଅବଗତ କରିବେ,
କାରଣ ତଦନ୍ତ ଆଦେଶ ଅଦାଲତ ଦ୍ୱାରା ହୋଇଥିଲା।
ପୀଡିତାଙ୍କ ମାତାପିତା କହିଛନ୍ତି
ଯେ ଦିଲ୍ଲୀ ଯାତ୍ରା ସମୟରେ ତାଙ୍କର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଭେଟ ହୋଇପାରିନି ।
ଶାହଙ୍କ ଦ୍ୱାରା ଦିଆଯାଇଥିବା
ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ରହିବା ସେମାନଙ୍କ ପାଇଁ ସମ୍ଭବ ନଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା