ଅନେକ ଜିଲ୍ଲାରେ ବନ୍ୟା ସ୍ଥିତି
ଉତ୍ପନ୍ନ-ସିରସାରେ ଦୁଇଟି ଘରର କାନ୍ଥ ଭୁଶୁଡିଛି,ସାମାନ୍ୟ ଭାଙ୍ଗିଯାଇଛି
ଚଣ୍ଡୀଗଢ 1 ସେପ୍ଟେମ୍ବର
(ହି.ସ)-ହରିୟାଣାରେ ରବିବାର ସକାଳରୁ ଲଗାତାର ହେଉଥିବା ବର୍ଷା ଯୋଗୁଁ ଅନେକ ଜିଲ୍ଲାରେ ବନ୍ୟା
ସ୍ଥିତି ଉତ୍ପନ୍ନ ହୋଇଛି।ରାଜ୍ୟର ପଞ୍ଚକୁଳା, ଅମ୍ବାଲା ,ରେବାଡୀ,ଇଜ୍ଜର ଏବଂ କୁରୁକ୍ଷେତ୍ରରେ
ଲଗାତାର ବର୍ଷା ହେଉଛି।ପାଣିପାଗ ବିଭାଗ ଆଗାମୀ 12 ଘଣ୍ଟା ପର୍ଯ୍ୟନ୍ତ ଉକ୍ତ ଜିଲ୍ଲାର ଅନେକ
ଜିଲ୍ଲାରେ ପ୍ରବଳ ବର୍ଷାର ଚେତାବନୀ ଦେଇଛି।ଯମୁନାନଗର ସ୍ଥିତ ହଥିନୀକୁଣ୍ଡ ବ୍ୟାରେଜରେ ରାତି
ଏକଟା ସମୟରେ ସତର୍କୀକରଣ ସାଇରନ ବାଜିଥିଲା,ଯାହାଦ୍ୱାରା ନିକଟସ୍ଥ ଲୋକଙ୍କ ମଧ୍ୟରେ ଆତଙ୍କ
ସୃଷ୍ଟି କରିଥିଲା।ରବିବାର ରାତି 2ଟା ସମୟରେ ଏକ ଲକ୍ଷ ପାଞ୍ଚ ହଜାର କ୍ୟୁସେକ ପାଣି ଆସିବା ପରେ ସମସ୍ତ ବନ୍ୟା ଗେଟ ଖୋଲାଯାଇଥିଲା।ସୋମବାର
ସକାଳ 9 ଟା ସମୟରେ ଜଳସ୍ତର 3ଲକ୍ଷ 29 ହଜାର ରେକର୍ଡ କରାଯାଇଛି,ଯାହା ଏହି ସୀଜନର ସବୁଠାରୁ
ଅଧିକ।ଏହାକୁ ଦେଖି ପ୍ରଶାସନ ଦିଲ୍ଲୀ ଆର୍ଲଟ କରିଦିଆଯାଇଛି।ଦିଲ୍ଲୀର ନିମ୍ନ ଅଞ୍ଚଳରେ ପାଣି
ଭର୍ତ୍ତି ହୋଇପାରେ।ଏହା ସହିତ ସାଇରନ ବଜାଇ ଲୋକଙ୍କୁ
ସତର୍କ କରାଯାଇଛି ଯେ ଯମୁନା କୁଳରୁ ଦୁରେଇ ରୁହନ୍ତୁ।ପ୍ରଶାସନ ଯମୁନା କୁଳର ଗାଁକୁ
ଆର୍ଲଟ କରି କହିଛନ୍ତି ଯେ କେହିବି ଯମୁନା କୁଳକୁ ନ ଯାଆନ୍ତୁ।ଆପଣଙ୍କ ପଶୁମାନଙ୍କୁ ଚରାଇବାକୁ ନ
ନିଅନ୍ତୁ।ସେହି ସମୟରେ ଦିଲ୍ଲୀ ସରକାରଙ୍କୁ କୁହାଯାଇଛି ଯେ ତଳିଆ ଅଞ୍ଚଳକୁ ଖାଲି କରିବାକୁ
କୁହାଯାଇଛି। ଏହି ପାଣି ଆଗାମୀ 25ରୁ 30 ଘଣ୍ଟାରେ ଦିଲ୍ଲୀରେ ପହଁଞ୍ଚିବାର ଆଶା କରାଯାଉଛି।ଯାହା
ଦ୍ୱାରା ଜାତୀୟ ରାଜଧାନୀରେ ବନ୍ୟା ଆଶଙ୍କା ରହିଛି।ରାଜ୍ୟର ସିରସାରେ ବିଳମ୍ବିତ ରାତିରେ 2 ଟି
ଘରର କାନ୍ଥ ଭୁଶୁଡା ଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା