ଶିମଳା 1 ସେପ୍ଟେମ୍ବର
(ହି.ସ)-ହିମାଚଳ ପ୍ରଦେଶରେ ଲଗାତାର ହେଉଥିବା ବର୍ଷା ଜନଜୀବନକୁ ସମ୍ପୁର୍ଣ୍ଣ ଅସ୍ତବ୍ୟସ୍ତ
କରିଦେଇଛି।ପାଣିପାଗ ବିଭାଗ ଏକ ଏବଂ ଦୁଇ ସେପ୍ଟେମ୍ବର ରାଜ୍ୟର ଅନେକ ଜିଲ୍ଲାରେ ଅତି ପ୍ରବଳ
ବର୍ଷା ପାଇଁ ରେଡ ଆର୍ଲଟ କରିଛି।ଗତ ଦୁଇ ଦିନରେ ଜାରି ହୋଇଥିବା ମୁଷଳଧାର ବର୍ଷାରେ ସ୍ଥାନେ ସ୍ଥାନେ
ଭୁସ୍ଖଳନ ଏବଂ ଘର ଭୁଶୁଡି ପଡିବା ଘଟଣା ଘଟିଛି।କେବଳ ଶିମଳା ଜିଲ୍ଲାରେ ଭିନ୍ନ ଭିନ୍ନ
ଦୁର୍ଘଟଣାରେ ଚାରିଜଣ ପ୍ରାଣ ହରାଇଛନ୍ତି।ଯେଉଁଥିରେ ବାପା -ଝିଅ ସାମିଲ ଅଛନ୍ତି।ବର୍ଷା
ରାଜ୍ୟସାରା ରାସ୍ତା ,ବିଜୁଳି ଏବଂ ଜଳ ଯୋଗାଣ
ବ୍ୟବସ୍ଥା ସମ୍ପୁର୍ଣ୍ଣ ଭାବେ ପ୍ରଭାବିତ
ହୋଇଛି।ରାଜ୍ୟ ଆପାତକାଳୀନ ପରିଚାଳନା କେନ୍ଦ୍ର ଅନୁସାରେ ସୋମବାର ସକାଳ ପର୍ଯ୍ୟନ୍ତ ଭୁସ୍ଖଳନ
ଏବଂ ପ୍ରବଳ ବର୍ଷା ଯୋଗୁଁ ପାଞ୍ଚଟି ନ୍ୟାସନାଲ ହାଇୱେ ସମେତ 788 ସଡକ ବନ୍ଦ ପଡିଛି।ସର୍ବାଧିକ
265 ରାସ୍ତା ମଣ୍ଡୀ ,175 କୁଲ୍ଲୁ ,136 ସିରମୌର
ଏବଂ 68 ସୋଲନରେ ଅବରୁଦ୍ଧ ହୋଇଛି।ସେହିପରି ବିଦ୍ୟୁତ ଯୋଗାଣ ଗୁରୁତର ଭାବରେ ପ୍ରଭାବିତ
ହୋଇଛି।ସାରା ରାଜ୍ୟରେ 2174 ଟ୍ରାନ୍ସଫର୍ମର କାମ କରିବା ବନ୍ଦ କରିଦେଇଛି।ସାରା ରାଜ୍ୟରେ
୨୧୭୪ଟି ଟ୍ରାନ୍ସଫର୍ମର କାମ କରିବା ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ବିଦ୍ୟୁତ୍ କାଟ ହୋଇଛି। ସୋଲନରେ
ସର୍ବାଧିକ (୮୯୯), କୁଲୁ (୪୫୭), ମଣ୍ଡିରେ (୩୫୨), ଉନାରେ (୨୬୭) ଏବଂ
ଲାହୌଲ-ସ୍ପିତି (୧୪୬) ଟ୍ରାନ୍ସଫର୍ମର ଭାଙ୍ଗି ଯାଇଛି। ୩୬୫ଟି ପାନୀୟ ଜଳ ଯୋଜନା ମଧ୍ୟ
ପ୍ରଭାବିତ ହୋଇଛି। କେବଳ କାଙ୍ଗଡ଼ା ଜିଲ୍ଲାରେ ୨୧୨ଟି ଜଳ ଯୋଜନା କାମ କରିବା ବନ୍ଦ କରିଦେଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା