ରୁଦ୍ରପ୍ରୟାଗ, ୧ ସେପ୍ଟେମ୍ବର (ହି.ସ.)- ଲଗାଣ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଉତରାଖଣ୍ଡରେ ଜୀବନଯାତ୍ରା ପ୍ରଭାବିତ ହୋଇଛି । ରାଜ୍ୟରେ ତିନି ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସତର୍କତାକୁ ଦୃଷ୍ଟିରେ ରଖି, କେଦାରନାଥ ଯାତ୍ରା ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି । ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରତୀକ ଜୈନ କହିଛନ୍ତି ଯେ, ବର୍ଷା ସମୟରେ ସଜାଗ ରହିବା ଏବଂ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି କରିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସେ କହିଛନ୍ତି ଯେ, ପ୍ରବଳ ବର୍ଷାର ସତର୍କତା ଯୋଗୁଁ, ସେପ୍ଟେମ୍ବର ୧ (ସୋମବାର) ରୁ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ କେଦାରନାଥ ଯାତ୍ରା ଅସ୍ଥାୟୀ ଭାବରେ ବନ୍ଦ ରଖାଯାଇଛି । ତୀର୍ଥଯାତ୍ରୀଙ୍କ ସୁରକ୍ଷା ଏବଂ ସୁବିଧାକୁ ଧ୍ୟାନରେ ରଖି ଏହି ନିଷ୍ପତି ନିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ