ନୂଆଦିଲ୍ଲୀ, ୦୧ ସେପ୍ଟେମ୍ବର(ହି.ସ.) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଭିଡିଓ କନ୍ଫରେନ୍ସିଂ ଜରିଆରେ ବିହାର ରାଜ୍ୟ ଜୀବିକା ନିଧି ଶାଖା ସହକାରୀ ସଂଘ ଲିମିଟେଡର ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ ସସ୍ଥାର ବ୍ୟାଙ୍କ ଖାତାରେ ୧୦୫ କୋଟି ଟଙ୍କା ମଧ୍ୟ ହସ୍ତାନ୍ତରିତ କରିବେ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସୋମବାର ଦିନ କହିଛନ୍ତି ଯେ ଜୀବିକା ନିଧିର ସ୍ଥାପନାର ଉଦ୍ଦେଶ୍ୟ ଜୀବିକା ସହିତ ଯୋଡ଼ିଥିବା ସାମୁଦାୟିକ ସଦସ୍ୟଙ୍କୁ ଶସ୍ତା ସୁଧରେ ସହଜରେ ଧନ ଉପଲବ୍ଧ କରିବା। ଜୀବିକାର ସମସ୍ତ ପଂଜିକୃତ କଲଷ୍ଟର-ସ୍ତରୀୟ ଫେଡେରେଶନ ଏହି ସଂସ୍ଥାର ସଦସ୍ୟ କରିବେ। ଏହି ସଂସ୍ଥାର ସଂଚାଳନ ପାଇଁ ବିହାର ସରକାର ଏବଂ କେନ୍ଦ୍ର ସରକାର ଦୁହେଁ ଧନରାଶିର ଯୋଗଦାନ କରିବେ।
ଗତ କିଛି ବର୍ଷରେ ଜୀବିକାର ସ୍ୱଂୟ ସହାୟତା ସମୁହ ସହିତ ଯୋଡ଼ିଥିବା ମହିଳାମାନଙ୍କ ମଧ୍ୟରେ ଉଦ୍ୟମିତାର ବିକାଶ ହୋଇଛି, ଯେଉଁ ଗ୍ରାମୀଣ କ୍ଷେତ୍ରରେ କେତେକ ଲଘୁ ଉଦ୍ୟୋଗୀ ଏବଂ ଉତ୍ପାଦକ କମ୍ପାନୀର ସ୍ଥାପନା ହୋଇଛି। ତେବେ ମହିଳା ଉଦ୍ୟମିଙ୍କୁ ୧୮ ପ୍ରତିଶତ ୨୪ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ସୁଧ ବାଲା ସୂକ୍ଷ୍ମ ଅର୍ଥ ସଂସ୍ଥାନ ଉପରେ ନିର୍ଭର ରହିବାକୁ ପଡ଼ିଥିଲା। ଜୀବିକା ନିଧିକୁ ସୂକ୍ଷ୍ଢ଼ ଅର୍ଥ ସଂସ୍ଥାନ ଉପରେ ନିର୍ଭରତା କମ୍ କରିବା ଏବଂ କମ୍ ସୁଧରେ ସମୟରେ ବଡ଼ ଋଣ ରାଶିର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଏକ ବୈପ୍ଲବିକ ଅର୍ଥ ପ୍ରଣାଳୀ ରୂପେ ତିଆରି ହୋଇଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି