ଚଣ୍ଡିଗଡ, 1 ସେପ୍ଟେମ୍ବର (ହି.ସ.)- ହରିୟାଣାରେ
ରବିବାର ସକାଳରୁ ଲାଗାତାର ବର୍ଷା ହେଉଥିବା କାରଣରୁ ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି
ହୋଇଛି। ପ୍ରଦେଶର ପଞ୍ଚକୁଲା, ଅମ୍ବାଳା, ରେୱାଡ଼ି, ଝଜ୍ଜର ଓ କୁରୁକ୍ଷେତ୍ର ଜିଲ୍ଲାରେ ଲଗାତାର ପ୍ରବଳ ବର୍ଷା ହେଉଛି।
ପାଣିପାଗ ବିଭାଗ ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଏହି ଜିଲ୍ଲାଗୁଡିକ ସହିତ ଅନ୍ୟାନ୍ୟ ଅଞ୍ଚଳରେ
ମଧ୍ୟ ପ୍ରବଳ ବର୍ଷା ହେବାର ଚେତାବନୀ ଜାରି କରିଛି।
ଯମୁନାନଗର ଅଞ୍ଚଳରେ ଅବସ୍ଥିତ
ହଥିନୀକୁଣ୍ଡ ବ୍ୟାରେଜରେ ରାତି 1ଟାରେ ଚେତାବନୀ ସାଇରେନ୍ ବଜାଯାଇଛି, ଯାହା ଦେଖି ସ୍ଥାନୀୟ ଲୋକମାନେ ଆତଙ୍କିତ ହୋଇଯାଇଛନ୍ତି। ରବିବାର ରାତି 2ଟା ସମୟରେ 1 ଲକ୍ଷ
5 ହଜାର କ୍ୟୁସେକ୍ ପାଣି ଆସିଥିବା ପରେ ସମସ୍ତ ଫ୍ଲଡ୍ ଗେଟ୍ ଖୋଲି ଦିଆଯାଇଛି। ସୋମବାର ସକାଳ
9ଟାରେ ଜଳସ୍ତର 3 ଲକ୍ଷ 29 ହଜାର କ୍ୟୁସେକ୍ ରେକର୍ଡ କରାଯାଇଛି, ଯାହା ଏହି ଋତୁର ସବୁଠାରୁ ଅଧିକ।
ଏହି ପରିସ୍ଥିତିକୁ ଦେଖି
ଉପ-ପ୍ରଶାସନ ଦିଲ୍ଲୀକୁ ଅଲର୍ଟ କରିଛି। ଦିଲ୍ଲୀର ନିମ୍ନ ଅଞ୍ଚଳଗୁଡ଼ିକରେ ପାଣି ଭରିପାରେ। ଏହା
ସହିତ ସାଇରେନ୍ ଚଲାଇ ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଇଛି ଯେ ସେମାନେ ଯମୁନା ନଦୀରୁ ଦୂରେଇ
ରୁହନ୍ତୁ। ପ୍ରଶାସନ ଯମୁନା ନଦୀ ପାଖରେ ଅବସ୍ଥିତ ଗ୍ରାମଗୁଡିକୁ ଆଲର୍ଟ କରି ଦେଇଛି ଯେ, କୌଣସି ଲୋକ ଯମୁନା ନଦୀ କୂଳରେ ନ ଯାଆନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା