ଚର୍ଚ୍ଚାରେ ଏସସିଓ ଶିଖର ସମ୍ମିଳନୀରେ ମୋଦି, ପୁଟିନ ଓ ଜିନପିଙ୍ଗଙ୍କ ଅନୌପଚାରିକ ଆଲୋଚନାର ଫଟୋ
ନୂଆଦିଲ୍ଲୀ, 1 ସେପ୍ଟେମ୍ବର (ହି.ସ.)- ଚୀନର ତିଆଞ୍ଜିନ୍‌ରେ ଶଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ଚୀନ ରାଷ୍ଟ୍ରପତି ଶି ଜିନପିଂଙ୍କ ମଧ୍ୟରେ ଅନୌପଚାରିକ ଆଲୋଚନା ଓ ହସ-ପରିହାସ ଭରା କିଛି ଦୃ
ଚର୍ଚ୍ଚାରେ ଏସସିଓ ଶିଖର ସମ୍ମିଳନୀରେ ମୋଦି, ପୁଟିନ ଓ ଜିନପିଙ୍ଗଙ୍କ ଅନୌପଚାରିକ     ଆଲୋଚନାର ଫଟୋ


ନୂଆଦିଲ୍ଲୀ, 1 ସେପ୍ଟେମ୍ବର (ହି.ସ.)- ଚୀନର

ତିଆଞ୍ଜିନ୍‌ରେ ଶଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ଚୀନ

ରାଷ୍ଟ୍ରପତି ଶି ଜିନପିଂଙ୍କ ମଧ୍ୟରେ ଅନୌପଚାରିକ ଆଲୋଚନା ଓ ହସ-ପରିହାସ ଭରା କିଛି ଦୃଶ୍ୟ

ସାମାଜିକ ମାଧ୍ୟମରେ ବ୍ୟାପକ ଭାବେ ସେୟାର ହୋଇଛି।

ଏହି ଛବିଗୁଡିକରେ ତିନିଜଣ

ଶୀର୍ଷ ନେତାଙ୍କୁ ଏକ ସହଜ ଓ ସଂଲଗ୍ନ ପରିବେଶରେ ଆଲୋଚନା କରୁଥିବା ଦେଖାଯାଉଛି। ସମ୍ମିଳନୀର

ଔପଚାରିକ କାର୍ଯ୍ୟକ୍ରମ ବାହାରେ ଏହି ଦୃଶ୍ୟ ଏହି କଥାର ସୂଚନା ଦେଉଛି ଯେ ବିଶ୍ୱ ଓ ଆଞ୍ଚଳିକ ଚ୍ୟାଲେଞ୍ଜଗୁଡିକ ମଧ୍ୟରେ ଶୀର୍ଷ ନେତୃତ୍ୱ ପରସ୍ପର ବୁଝାମଣା ଓ ସଂଯୋଗକୁ ଗୁରୁତ୍ୱ ଦେଉଛନ୍ତି।

ମୋଦି ଓ ପୁଟିନ୍‌ ଏହି

ସମ୍ମିଳନୀ ଅବସରରେ ଏକ ଦ୍ୱିପାକ୍ଷିକ ବୈଠକ

ମଧ୍ୟ କରିଥିଲେ। ଏହି ବୈଠକରେ ଅଂଶଗ୍ରହଣ ପାଇଁ ଉଭୟ ନେତା ଗୋଟିଏ ଗାଡ଼ିରେ ପହଞ୍ଚିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande