ଡେରାଡୁନ, 1 ସେପ୍ଟେମ୍ବର (ହି.ସ.)- ରୁଦ୍ରପ୍ରୟାଗ
ଜିଲ୍ଲାରେ ସୋମବାର ସକାଳେ ସୋନପ୍ରୟାଗରୁ ଗୌରୀକୁଣ୍ଡ ଯାଉଥିବା ଏକ ବୋଲେରୋ ଗାଡ଼ି ମୁନକଟିଆ
ଭୂସ୍ଖଳନ ଜୋନରେ ପାହାଡ଼ ଉପରୁ ପଥର ପଡିବାରୁ ତାହା କ୍ଷତିଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ
ଗାଡ଼ିରେ ଥିବା ୧୧ ଜଣ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୬ ଜଣ ଆହତ ହୋଇଛନ୍ତି।
ରେସ୍କ୍ୟୁ ଟିମ୍ ଓ ସ୍ଥାନୀୟ
ଲୋକଙ୍କ ସହଯୋଗରେ ଆହତଙ୍କୁ ସୋନପ୍ରୟାଗ ହସ୍ପିଟାଲକୁ ନିଆଯାଇଛି ଏବଂ ସେଠାରେ ତାଙ୍କର ଚିକିତ୍ସା
ଚାଲିଛି।
ରୁଦ୍ରପ୍ରୟାଗ ଉତ୍ତରାଖଣ୍ଡ
ପୋଲିସ ଏକ୍ସ ମାଧ୍ୟମରେ ଜଣାଇଛି ଯେ, କେଦାରନାଥ ଧାମକୁ ଯିବା
ରାସ୍ତା – ସୋନପ୍ରୟାଗ ଓ ଗୌରୀକୁଣ୍ଡ ମଧ୍ୟରେ ଥିବା ମୁନକଟିଆ ଭୂସ୍ଖଳନ ଅଞ୍ଚଳରେ
ପାହାଡ଼ ଉପରୁ ପଥର ଖସି ପଡିବାରୁ ଏକ ବୋଲେରୋ ଗାଡ଼ି ଫସିଯାଇଥିଲା, ଏଥିରେ ୨ ଜଣଙ୍କ ଜୀବନ ଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା