ଅନେକ ରାଜ୍ୟରେ ବନ୍ୟାକୁ ଦୃଷ୍ଟିରେ ରଖି କୃଷିକ୍ଷେତ୍ରରେ କ୍ଷୟକ୍ଷତିର ତଥ୍ୟ ନେଲେ ଶିବରାଜ ସିଂ
ନୂଆଦିଲ୍ଲୀ, 1 ସେପ୍ଟେମ୍ବର (ହି.ସ.)- ଦେଶର ଅନେକ ରାଜ୍ୟରେ ହେଉଥିବା ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବନ୍ୟା ଚାଷୀମାନଙ୍କର ସମସ୍ୟାକୁ ଅଧିକ ବଢ଼ାଇ ଦେଇଛି। ସୋମବାର ଦିନ କେନ୍ଦ୍ରୀୟ କୃଷି ଏବଂ କୃଷକ କଲ୍ୟାଣ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ
ଅନେକ ରାଜ୍ୟରେ ବନ୍ୟାକୁ     ଦୃଷ୍ଟିରେ ରଖି କୃଷିକ୍ଷେତ୍ରରେ କ୍ଷୟକ୍ଷତିର ତଥ୍ୟ ନେଲେ ଶିବରାଜ ସିଂ


ନୂଆଦିଲ୍ଲୀ, 1 ସେପ୍ଟେମ୍ବର (ହି.ସ.)- ଦେଶର ଅନେକ

ରାଜ୍ୟରେ ହେଉଥିବା ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବନ୍ୟା

ଚାଷୀମାନଙ୍କର ସମସ୍ୟାକୁ ଅଧିକ ବଢ଼ାଇ ଦେଇଛି। ସୋମବାର ଦିନ କେନ୍ଦ୍ରୀୟ କୃଷି ଏବଂ କୃଷକ

କଲ୍ୟାଣ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ସମଗ୍ର ଦେଶର କୃଷି କ୍ଷେତ୍ରର

ପରିସ୍ଥିତି ଓ ପଞ୍ଜାବରେ ବନ୍ୟା ଦ୍ୱାରା ହୋଇଥିବା କ୍ଷୟକ୍ଷତି ବିଷୟରେ ସମୀକ୍ଷା କରିଛନ୍ତି।

ସୋମବାର ଦିନ କୃଷି ଭବନରେ

ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଶିବରାଜ ସିଂହ ଚୌହାନ ପଞ୍ଜାବର କିଛି ଅଞ୍ଚଳରେ ଆସିଥିବା

ବନ୍ୟା ଓ ଏହାର ଫସଲ ଉପରେ ପଡ଼ୁଥିବା ପ୍ରଭାବ ବିଷୟରେ ବରିଷ୍ଠ ଅଧିକାରୀମାନଙ୍କଠାରୁ ତଥ୍ୟ ନେଇଛନ୍ତି।

ଶିବରାଜ ସିଂହ କହିଛନ୍ତି ଯେ,

ପଞ୍ଜାବର କୃଷକ ଭାଇ-ଭଉଣୀମାନେ କେବେ ଚିନ୍ତା କରନ୍ତୁ

ନାହିଁ। କେନ୍ଦ୍ର ସରକାର ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇଥିବା କୃଷକମାନଙ୍କ ପାଖରେ ସମ୍ପୂର୍ଣ୍ଣ ଭାବରେ ଅଛି।

ସେ ଏହା ମଧ୍ୟ କହିଛନ୍ତି ଯେ,

ଆଗାମୀ କିଛି ଦିନ ମଧ୍ୟରେ ସେ ପଞ୍ଜାବର ବନ୍ୟା

ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ଯିବେ, ସ୍ଥଳୀୟ ସ୍ଥିତିର ପ୍ରତ୍ୟକ୍ଷ ଯାଞ୍ଚ କରିବେ ଓ ପୀଡ଼ିତ କୃଷକମାନଙ୍କୁ ଭେଟି ସେମାନଙ୍କୁ ଯଥାସମ୍ଭବ

ସମସ୍ତ ସାହାଯ୍ୟ ପ୍ରଦାନ କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande