ଶରଧାପୁର ଫୁଟବଲ ଲିଗ୍, ସେମୀରେ ଯୋଗମାୟା କ୍ଲବ
ଖୋର୍ଦ୍ଧା, 10 ସେପ୍ଟେମ୍ବର (ହି.ସ.) ଖୋର୍ଦ୍ଧା ଉପକଣ୍ଠ ଶରଧାପୁର ସ୍ପୋର୍ଟସ ଆସୋସିଏସନ୍ ଆନୁକୁଲ୍ୟରେ ସ୍ଥାନୀୟ ଖେଳ ପଡ଼ିଆରେ ଶରଧାପୁର ଫୁଟବଲର ତୃତୀୟ କ୍ୟୁଟାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଆଜିର ଖେଳ ରାଇଜିଂ ଷ୍ଟାର୍ ତରତୁଆ ସହିତ ଯୋଗମାୟା କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ତେବେ ଖେଳର
ଫୁଟବଲ୍


ଖୋର୍ଦ୍ଧା, 10 ସେପ୍ଟେମ୍ବର (ହି.ସ.) ଖୋର୍ଦ୍ଧା ଉପକଣ୍ଠ ଶରଧାପୁର ସ୍ପୋର୍ଟସ ଆସୋସିଏସନ୍ ଆନୁକୁଲ୍ୟରେ ସ୍ଥାନୀୟ ଖେଳ ପଡ଼ିଆରେ ଶରଧାପୁର ଫୁଟବଲର ତୃତୀୟ କ୍ୟୁଟାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଆଜିର ଖେଳ ରାଇଜିଂ ଷ୍ଟାର୍ ତରତୁଆ ସହିତ ଯୋଗମାୟା କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ତେବେ ଖେଳର ପ୍ରଥମାର୍ଦ୍ଧ ସଂଘର୍ଷପୂର୍ଣ୍ଣ ହୋଇଥିଲା। ମାତ୍ର କେହି କାହାରିକୁ ଗୋଲ ଦେଇପାରିନଥିଲେ।ପରେ ଖେଳର ଦ୍ୱିତୀଆର୍ଦ୍ଧରେ ଯୋଗମାୟା କ୍ଲବ ୨ଟି ଗୋଲ ଦେଇ ବିଜୟୀ ହୋଇଥିଲା। ଫଳରେ ଯୋଗମାୟା କ୍ଲବ ତୃତୀୟ ଦଳ ଭାବେ ସେମିଫାଇନାଲକୁ ପ୍ରବେଶ କରିଛି।ଆଜିର ମ୍ୟାଚରେ ଅତିଥି ଭାବେ ଶରଧାପୁର ଗାଁ ର ସଭାପତି ଅଲ୍ଲୀ ଅହେମ୍ମଦ, ସଂଘର୍ ସଭାପତି ମହମ୍ମଦ ଜମିରୁଲ ରହେମନ,ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ବଡଜେନା,ମୀନକେତନ ବଡଜେନା, ଜାପାନୀ ନାୟକ, ଲକ୍ଷ୍ମୀଧର ଘଡେ଼ଇ ପ୍ରମୁଖ ଯୋଗ ଦେଇଥିଲେ। ଆଜିର ଖେଳକୁ ସାଗିର ଅହମ୍ମଦ ପରିଚାଳନା କରିଥିବା ବେଳେ ଇଜାଜ ହୁସେନ, ଅମଜଦ ଖାଁ ଓ ସୌକତ ଅହମ୍ମଦ ତାଙ୍କୁ ଲାଇନରେ ସହାୟତା କରିଥିଲ । ଆସନ୍ତାକାଲି ଚତୁର୍ଥ ତଥା ଅନ୍ତିମ କ୍ୟୁଟାର ଫାଇନାଲ ମ୍ୟାଚରେ ଶରଧାପୁର ସ୍ପୋର୍ଟସ ଆସୋସିଏସନ୍ ସହିତ ଡାଇନାମିକ କ୍ଲବ ଜଟଣୀ ମଧ୍ୟରେ ଅନୁଷ୍ଠିତ ହେବ ବୋଲି କ୍ଲବ ସମ୍ପାଦକ ଏସ ଇ ହୁଦା ସୁଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande