ନୂଆଦିଲ୍ଲୀ, ୧୧ ସେପ୍ଟେମ୍ବର(ହି.ସ.) – ନବ ନିର୍ବାଚିତ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ୧୨ ସେପ୍ଟେମ୍ବର ଶୁକ୍ରବାର ଦିନ ନିଜ ପଦର ଶପଥ ନେବେ। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଔପଚାରିକ ସମାରୋହରେ ଶପଥ ଗ୍ରହଣ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ସକାଳ ୧୦ଟାରେ ସିପି ରାଧାକୃଷ୍ଣନଙ୍କୁ ଶପଥ ଗ୍ରହଣ କରାଇବେ । ମହାରାଷ୍ଟ୍ରର ରାଜ୍ୟପାଳ ଏବଂ ଭାଜପାର ବରିଷ୍ଠ ନେତା ସିପି ରାଧାକୃଷ୍ଣନ ୯ ସେପ୍ଟେମ୍ବର ଦିନ ଉପରାଷ୍ଟ୍ରପତି ନିର୍ବାଚନରେ ସମ୍ମାନପୂର୍ଣ୍ଣ ବିଜୟ ହାସଲ କରିଛନ୍ତି। ତାଙ୍କୁ ୪୫୨ ଭୋଟ୍ ମିଳିଥିଲା। ଉପରାଷ୍ଟ୍ରପତି ନିର୍ବାଚନରେ ମୋଟ ୭୬୭ ଭୋଟ୍ ଦିଆଯାଇଥିଲା। ଏଥିରୁ ୭୫୨ ଭୋଟ୍ ବୈଧ ମିଳିଥିବାବେଳେ ୧୫ ଭୋଟ୍ ଅମାନ୍ୟ ଘୋଷିତ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି