ଦେଶରେ ୨୦ ଲକ୍ଷ ବସ୍ ଅଛି, ୯୦ ପ୍ରତିଶତ ଘରୋଇ, ଆମର ଧ୍ୟାନ ଗୁଣବତା ଉପରେ : ଗଡ଼କରୀ
ନୂଆଦିଲ୍ଲୀ, ୧୧ ସେପ୍ଟେମ୍ବର (ହି.ସ.) - କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର କହିଛନ୍ତି ଯେ, ବର୍ତମାନ ଦେଶରେ ୨୦ ଲକ୍ଷ ବସ୍ ଚାଲୁଛି, ଯେଉଁଥିରୁ ପ୍ରାୟ ୯୦ପ୍ରତିଶତ ଅର୍ଥାତ୍ ୧୮.୫ ଲକ୍ଷ ଘରୋଇ କ୍ଷେତ୍ରରେ । ରାଜ୍ୟ ସରକାରଗୁଡ଼ିକ ସେମାନଙ୍କର ବ୍ୟବସାୟକୁ ପ୍ରୋତ୍ସାହିତ କର
ଦେଶରେ ୨୦ ଲକ୍ଷ ବସ୍ ଅଛି, ୯୦ ପ୍ରତିଶତ ଘରୋଇ, ଆମର ଧ୍ୟାନ ଗୁଣବତା ଉପରେ : ଗଡ଼କରୀ


ନୂଆଦିଲ୍ଲୀ, ୧୧ ସେପ୍ଟେମ୍ବର (ହି.ସ.) - କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର କହିଛନ୍ତି ଯେ, ବର୍ତମାନ ଦେଶରେ ୨୦ ଲକ୍ଷ ବସ୍ ଚାଲୁଛି, ଯେଉଁଥିରୁ ପ୍ରାୟ ୯୦ପ୍ରତିଶତ ଅର୍ଥାତ୍ ୧୮.୫ ଲକ୍ଷ ଘରୋଇ କ୍ଷେତ୍ରରେ । ରାଜ୍ୟ ସରକାରଗୁଡ଼ିକ ସେମାନଙ୍କର ବ୍ୟବସାୟକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିଆସୁଛନ୍ତି କାରଣ ଲୋକମାନେ ଆରାମଦାୟକ ସାର୍ବଜନୀନ ପରିବହନ ଚାହାଁନ୍ତି । ସେ ବାଙ୍ଗାଲୋରରେ ଏକ ସାର୍ବଜନୀନ ପରିବହନ କମ୍ପାନୀର ଉଦାହରଣ ଦେଇଥିଲେ, ଯେଉଁଠାରେ ଗୋଟିଏ କମ୍ପାନୀର ୭୦୦ ବସ୍ ନିଆଯାଇଥିଲା । ଏଗୁଡ଼ିକ ସବୁଠାରୁ ମହଙ୍ଗା ବସ୍ ଥିଲା କିନ୍ତୁ ଏହାର ସେବାର ଗୁଣବତା ଯୋଗୁଁ ବ୍ୟବସାୟ ବହୁତ ଭଲ ଚାଲିଛି । ନୂଆଦିଲ୍ଲୀରେ ବସ୍ ଆଣ୍ଡ କାର୍ ଅପରେଟର୍ସ କନଫଡେରେସନ ଅଫ୍ ଇଣ୍ଡିଆ (ବିଓଆଇସି)ର ଇଣ୍ଡିଆ ପ୍ରବାସ ପୁରସ୍କାର ସମାରୋହକୁ ସମ୍ବୋଧିତ କରିବା ସମୟରେ ଗଡ଼କରୀ ଲୋକଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଏକ ନୂତନ ବସ୍ କୋର୍ଡ଼ ଆଣିବା ବିଷୟରେ କହିଥିଲେ । ସେ କହିଥିଲେ ଯେ, ଏବେ ଏହି ମାନଦଣ୍ଡ ଅନୁସାରେ ବସ୍ ତିଆରି କରାଯିବ । ସେ ଶିଳ୍ପକୁ ଆହ୍ୱାନ ଦେଇ କହିଲେ ଯେ, ଗୁଣବତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମକୁ ମୂଲ୍ୟ କୈନ୍ଦ୍ରିକ ନୁହେଁ, ଗୁଣବତା କେନ୍ଦ୍ରିକ ହେବାକୁ ପଡ଼ିବ । ଗୁଣବତା କେନ୍ଦ୍ରିକ ହେବା ପାଇଁ ଆମକୁ ବୃତିଗତ ବ୍ୟବସ୍ଥାକୁ ଗ୍ରହଣ କରିବାକୁ ପଡ଼ିବ ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande