ବିଗତ ଏକ ବର୍ଷ ହେଲା ଚାରି କେନ୍ଦ୍ରୀୟ କମିଟିର ସଦସ୍ୟ ଏବଂ ୧୭ ଷ୍ଟେଟ୍ କମିଟିର ସଦସ୍ୟ ସହିତ ବିଭିନ୍ନ କ୍ୟାଡରର ମୋଟ ୩୬୬ ନକ୍ସଲ ମୃତ୍ୟୁବରଣ କରିଛନ୍ତି
ଦେବଜୀଙ୍କୁ ନୂଆ ମହାସଚିବ ନିର୍ବାଚିତ ହେବା ଏବଂ ନକ୍ସଲ ହିଡ଼ମାଙ୍କୁ ବସ୍ତରର କମାନ ଶହେପତ୍ରର ବୁକଲେଟ୍ରେ କରାଯାଇ ନାହିଁ ସ୍ପଷ୍ଟ
ଜଗଦଲପୁର, ୧୧ ସେପ୍ଟେମ୍ବର(ହି.ସ.) – ନକ୍ସଲବାଦୀଙ୍କ କେନ୍ଦ୍ରୀୟ କମିଟି ୧୧ ପତ୍ରର ଏକ ବୁକ୍ଲେଟ୍ ଜାରି କରିଛି। ଏଥିରେ ନକ୍ସଲବାଦୀଙ୍କ ସିପିଆଇ ମାଓବାଦୀଙ୍କ ୨୧ତମ ସ୍ଥାପନା ଦିବସ ପାଳନ କରିବାକୁ କହିଛନ୍ତି। ଏହାସହ ନକ୍ସଲମାନଙ୍କ ବିରୋଧରେ ଚଳାଯାଉଥିବା ସୁରକ୍ଷା ବଳର ସମସ୍ତ ଅପରେସନକୁ ବିଫଳ କରିବାକୁ କୁହାଯାଇଛି। ନକ୍ସଲବାଦୀଙ୍କ ଏହି ବୁକ୍ଲେଟରେ ଏହା ସ୍ପଷ୍ଟ ଯେ ସେମାନେ କୌଣସି ବଡ଼ ଆକ୍ରମଣର ପ୍ରସ୍ତୁତି କରୁଛନ୍ତି। ତେବେ ବସ୍ତର ସମ୍ଭାଗର ଆଇଜି ସୁନ୍ଦରରାଜ ପି. କହିଛନ୍ତି ଯେ ଏଥିରେ ସୁରକ୍ଷାବଳ ଏବଂ ଶାସନ ନୀତି ଉପରେ କୌଣସି ଫର୍କ ପଡ଼ୁନାହିଁ।
ନକ୍ସଲମାନେ ନିଜ ଦୁର୍ବଳତାକୁ ଦୂର କରିବାକୁ ବଡ଼ ମାତ୍ରାରେ ହେଉଥିବା ଆତ୍ମସମର୍ପଣକୁ ରୋକିବା, ପାର୍ଟିକୁ ମଜବୁତ କରିବା ଏବଂ ସରକାରଙ୍କ ମିଶନ ୨୦୨୬କୁ ବିଫଳ କରିବା କଥା ସଂଗଠନ ନିଜର ଜାରି ବୁକ୍ଲେଟ୍ରେ ଲେଖିଛନ୍ତି। କିନ୍ତୁ ନକ୍ସଲି ସଂଗଠନ ଦ୍ୱାରା ଏବେ ପର୍ଯ୍ୟନ୍ତ କୌଣସି ନକ୍ସଲି ବିଜ୍ଞାପନ ଏବଂ ଜାରି ବୁକ୍ଲେଟ୍ରେ ନଂବାଲା କେଶବ ରାଓ ଓରଫ ବାସବରାଜୁଙ୍କ ମୃତ୍ୟୁ ପରେ ତେଲେଙ୍ଗାନାର କରୀମନଗର ନିବାସୀ ଦେବଜୀଙ୍କୁ ନୂଆ ମହାସଚିବ ନିର୍ବାଚିତ ହେବା ଏବଂ ଛତିଶଗଡ଼ର ସୁକ୍ମା ଅଂଚଳରେ ସକ୍ରିୟ କୁଖ୍ୟାତ ନକ୍ସଲି ହିଡ଼ମାଙ୍କୁ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ଦାୟିତ୍ୱ ଦିଆଯିବା କଥା କୁହାଯାଇ ନାହିଁ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି