ପର୍ବପର୍ବାଣୀ ସମୟରେ ଭିଡ଼କୁ ଦୃଷ୍ଟିରେ ରଖି ଉତର ରେଳବାଇ ଚଲାଇବ ସ୍ୱତନ୍ତ୍ର ଟ୍ରେନ୍
ନୂଆଦିଲ୍ଲୀ, ୧୧ ସେପ୍ଟେମ୍ବର (ହି.ସ.)- ରେଳ ଯାତ୍ରୀଙ୍କ ସୁବିଧାକୁ ଧ୍ୟାନରେ ରଖି, ଉତର ରେଳବାଇ ଆଗାମୀ ପର୍ବପର୍ବାଣୀରେ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ନିଷ୍ପତି ନେଇଛି । ଉତର ରେଳବାଇ ଅନୁଯାୟୀ, ପୁଣେ ଜଙ୍କସନ ଏବଂ ହଜରତ ନିଜାମୁଦ୍ଦିନ ମଧ୍ୟରେ ସାପ୍ତାହିକ ପର୍ବ ସ୍ପେଶାଲ୍ ସେପ୍େଟମ୍ବର ୨୬ ରୁ ନଭେମ୍
ପର୍ବପର୍ବାଣୀ ସମୟରେ ଭିଡ଼କୁ ଦୃଷ୍ଟିରେ ରଖି ଉତର ରେଳବାଇ ଚଲାଇବ ସ୍ୱତନ୍ତ୍ର ଟ୍ରେନ୍


ନୂଆଦିଲ୍ଲୀ, ୧୧ ସେପ୍ଟେମ୍ବର (ହି.ସ.)- ରେଳ ଯାତ୍ରୀଙ୍କ ସୁବିଧାକୁ ଧ୍ୟାନରେ ରଖି, ଉତର ରେଳବାଇ ଆଗାମୀ ପର୍ବପର୍ବାଣୀରେ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ନିଷ୍ପତି ନେଇଛି ।

ଉତର ରେଳବାଇ ଅନୁଯାୟୀ, ପୁଣେ ଜଙ୍କସନ ଏବଂ ହଜରତ ନିଜାମୁଦ୍ଦିନ ମଧ୍ୟରେ ସାପ୍ତାହିକ ପର୍ବ ସ୍ପେଶାଲ୍ ସେପ୍େଟମ୍ବର ୨୬ ରୁ ନଭେମ୍ବର ୨୮ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ଚାଲିବ । ଏହା ଅଧୀନରେ, ଟ୍ରେନ୍ ନମ୍ବର ୦୧୪୯୧ ପୁନେରୁ ସନ୍ଧ୍ୟା ୫ଟା ୩୦ ରେ ଛାଡିବ ଏବଂ ପରଦିନ ରାତି ୮ ଟାରେ ହଜରତ ନିଜାମୁଦ୍ଦିନରେ ପହଂଚିବ । ଫେରିବା ସମୟରେ, ଟ୍ରେନ୍ ନମ୍ବର ୦୧୪୯୨ ସେପ୍େଟମ୍ବର ୨୭ ରୁ ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ପ୍ରତି ଶନିବାର ରାତି ୯ଟା ୨୫ ରେ ହଜରତ ନିଜାମୁଦ୍ଦିନରୁ ଛାଡ଼ିବ ଏବଂ ପରଦିନ ରାତି ୧୧ଟା ୫୫ ରେ ପୁନେରେ ପହଂଚିବ । ଏହି ଟ୍ରେନ୍ ଲୋନାୱାଲା, କଲ୍ୟାଣ, ଭିୱାଣ୍ଡି ରୋଡ୍‌, ବସଇ ରୋଡ୍‌, ପାଲଘର, ବାପି, ବଲସାଡ, ଉଧନା, ସୁରତ, ଭଡ଼ୋଦରା, ରତଲାମ, ଶାମଗଡ଼, ଭବାନୀ ମଣ୍ଡି, ରାମଗଞ୍ଜ ମଣ୍ଡି, କୋଟା, ସୱାଇ ମାଧୋପୁର, ଗଙ୍ଗାପୁର ସିଟି, ଭରତପୁର ଏବଂ ମଥୁରା ଷ୍ଟେସନରେ ଅଟକିବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande