ମଦୁରାଇ, ୧୧ ସେପ୍ଟେମ୍ବର (ହି.ସ.)- ତାମିଲନାଡୁ ବିଜେପି ଅଧ୍ୟକ୍ଷ ନୈନାର ନାଗେନ୍ଦ୍ରନ୍ କହିଛନ୍ତି ଯେ, ଅନାଦ୍ରମୁକ-ବିଜେପି ମିଳିତ ମେଂଟରେ କୌଣସି ମତଭେଦ ନାହିଁ । ଅନାଦ୍ରମୁକକୁ ଦୁର୍ବଳ ଏବଂ ଧ୍ୱଂସ କରିବାକୁ ପ୍ରଚେଷ୍ଟାର ଅଭିଯୋଗକୁ ଖଣ୍ଡନ କରି ସେ କହିଛନ୍ତି ଯେ, ଅଖିଳ ଭାରତୀୟ ଅନ୍ନା ଦ୍ରବିଡ଼ ମୁନେତ୍ର କଡ଼ଗମ(ଅନାଦ୍ରମୁକ) ରାଜ୍ୟରେ ଶକ୍ତିଶାଳୀ ରହିଛି । ସେହି ଦଳକୁ ଭାଙ୍ଗିବା ପାଇଁ ବିଜେପିର କୌଣସି ଆବଶ୍ୟକତା ନାହିଁ ।
ଚେନ୍ନାଇରୁ ମଦୁରାଇରେ ପହଂଚିଥିବା ବିଜେପି ରାଜ୍ୟ ଅଧ୍ୟକ୍ଷ ନୈନାର ନାଗେନ୍ଦ୍ରନ୍ ଗୁରୁବାର ସାମ୍ବାଦିକମାନଙ୍କ ସହ କଥାବାର୍ତା ବେଳେ କହିଛନ୍ତି ଯେ, ଅନାଦ୍ରମୁକ ର ନେତା ଏଡପ୍ପାଦି ପଲାନିସ୍ୱାମୀ ଯେଉଁଠି ବି ପ୍ରଚାର କରନ୍ତି, ଉତ୍ସାହର ସହିତ ତାଙ୍କର ସ୍ୱାଗତ କରାଯାଏ । ସେ କହିଛନ୍ତି ଯେ, ଅନାଦ୍ରମୁକ-ବିଜେପି ସମ୍ପର୍କ ଭଲ ।
ପୂର୍ବତନ ମନ୍ତ୍ରୀ କେ.ଏ. ସେଙ୍ଗୋଟାଇୟାନଙ୍କ ନୂଆଦିଲ୍ଲୀରେ ବରିଷ୍ଠ ବିଜେପି ନେତା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ସମ୍ପ୍ରତି ହୋଇଥିବା ସାକ୍ଷାତ ପ୍ରଶ୍ନର ଉତରରେ, ନାଗେନ୍ଦ୍ରନ କହିଛନ୍ତି ଯେ, ଦିଲ୍ଲୀରେ ଅନାଦ୍ରମୁକର ପୂର୍ବତନ ମନ୍ତ୍ରୀ ସେଙ୍ଗୋଟାଇୟାନଙ୍କ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ସାକ୍ଷାତ ବିଷୟରେ ମୁଁ ଜାଣିନାହିଁ । ସେ କହିଛନ୍ତି ଯେ ସେ ସାକ୍ଷାତ କରିଥିଲେ । ସାକ୍ଷାତ୍ କରିବାରେ କିଛି ଭୁଲ ନାହିଁ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ