ଚିକାଗୋ ଉଦବୋଧନା 132ତମ ବର୍ଷ ଅବସରରେ ସମସ୍ତ ଭାରତୀୟଙ୍କୁ ଶୁଭକାମନା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 11 ସେପ୍ଟେମ୍ବର (ହି.ସ.) - ଚିକାଗୋ ଉଦବୋଧନା 132ତମ ବର୍ଷ ଅବସରରେ ସମସ୍ତ ଭାରତୀୟଙ୍କୁ ଶୁଭକାମନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ‘ଚିକାଗୋ ଉଦ୍ବୋଧନ’ର 132ତମ ବାର୍ଷିକୀ ଅବସ
ଚିକାଗୋ ଉଦବୋଧନା 132ତମ     ବର୍ଷ ଅବସରରେ ସମସ୍ତ ଭାରତୀୟଙ୍କୁ ଶୁଭକାମନା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 11 ସେପ୍ଟେମ୍ବର (ହି.ସ.)

- ଚିକାଗୋ

ଉଦବୋଧନା 132ତମ ବର୍ଷ ଅବସରରେ ସମସ୍ତ ଭାରତୀୟଙ୍କୁ ଶୁଭକାମନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ

ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ‘ଚିକାଗୋ ଉଦ୍ବୋଧନ’ର 132ତମ ବାର୍ଷିକୀ ଅବସରରେ

ସମସ୍ତ ଭାରତବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।

1893 11 ସେପ୍ଟେମ୍ବରରେ

ଘଟିଥିବା ଏହି ଦିନଟି ଭାରତୀୟ ଇତିହାସରେ ଗୋଟିଏ ସ୍ୱର୍ଣ୍ଣ ଅଧ୍ୟାୟ ଭାବରେ ଅଙ୍କିତ ହୋଇଛି। ଚିକାଗୋର

ବିଶ୍ୱ ଧର୍ମ ସଂସଦରେ ସ୍ୱାମୀ ବିବେକାନନ୍ଦ ଜୀ ତାଙ୍କ ଅଦ୍ଭୁତ ଓ ପ୍ରଖର ଉଦ୍‌ବୋଧନ ମାଧ୍ୟମରେ

କେବଳ ଭାରତର ସନାତନ ସଂସ୍କୃତି, ପରମ୍ପରା ଓ ଆଧ୍ୟାତ୍ମିକ ବୈଭବର ପରିଚୟ ସାରା ବିଶ୍ୱକୁ ଦେଇନଥିଲେ, ବରଂ ସେଇଥିରେ

ବିଶ୍ୱ ଚିନ୍ତାଧାରାକୁ ମଧ୍ୟ ଏକ ନୂଆ ଦିଗ ଦେଇଥିଲେ।

“ସର୍ବେ ଭବନ୍ତୁ ସୁଖିନଃ” ଓ “ଵସୁଧୈବ କୁଟୁମ୍ବକମ୍” ପରି ସାର୍ବଜନୀନ ମୂଲ୍ୟବୋଧକୁ ସେ ଯେଭଳି ସରଳତା ଓ ଗମ୍ଭୀରତା ସହିତ

ପ୍ରସ୍ତୁତ କରିଥିଲେ, ତାହା ଆଜିମଧ୍ୟ ମାନବତା ପାଇଁ ଏକ ପଥପ୍ରଦର୍ଶକ ଅଟେ ।

ଯୁବ ସଥୀମାନଙ୍କୁ ବିଶେଷ ଆଗ୍ରହ କରାଯାଉଛି ଯେ ସେମାନେ ସ୍ୱାମୀ ବିବେକାନନ୍ଦଙ୍କ ଏହି ଅମର

ଭାଷଣକୁ ନିଶ୍ଚିତ ପଢ଼ନ୍ତୁ ଓ ଏହି ମୂଲ୍ୟବୋଧକୁ ଧାରଣ କରନ୍ତୁ – ଏହା ହିଁ ତାଙ୍କ ପ୍ରତି ସର୍ବୋତ୍କୃଷ୍ଟ ଶ୍ରଦ୍ଧାଞ୍ଜଳି ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande