ନେପାଳରେ ଫସିଥିବା ଯାତ୍ରୀଙ୍କୁ ଆଶ୍ୱସ୍ତି, ଦିଲ୍ଲୀରୁ କାଠମାଣ୍ଡୁକୁ ସ୍ୱତନ୍ତ୍ର ବିମାନ ପଠାଇଲା ଏୟାର ଇଣ୍ଡିଆ
ନୂଆଦିଲ୍ଲୀ, 11 ସେପ୍ଟେମ୍ବର (ହି.ସ.)-ନେପାଳର କାଠମାଣ୍ଡୁ ବିମାନବନ୍ଦର ପୁନଃ ଚାଲୁ ହେବା ପରେ, ଭାରତ ସରକାର ଫସିଥିବା ଯାତ୍ରୀମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ଉଦ୍ଦେଶ୍ୟରେ ବିଶେଷ ବିମାନ ସେବାର ବ୍ୟବସ୍ଥା କରିଛନ୍ତି । ଏହି ପରିପ୍ରେକ୍ଷିରେ, ଏୟାର ଇଣ୍ଡିଆ ବୁଧବାର ରାତିରେ ଦି
ନେପାଳରେ ଫସିଥିବା     ଯାତ୍ରୀଙ୍କୁ ଆଶ୍ୱସ୍ତି, ଦିଲ୍ଲୀରୁ କାଠମାଣ୍ଡୁକୁ ସ୍ୱତନ୍ତ୍ର ବିମାନ ପଠାଇଲା ଏୟାର ଇଣ୍ଡିଆ


ନୂଆଦିଲ୍ଲୀ, 11 ସେପ୍ଟେମ୍ବର (ହି.ସ.)-ନେପାଳର କାଠମାଣ୍ଡୁ

ବିମାନବନ୍ଦର ପୁନଃ ଚାଲୁ ହେବା ପରେ, ଭାରତ ସରକାର ଫସିଥିବା ଯାତ୍ରୀମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ଉଦ୍ଦେଶ୍ୟରେ ବିଶେଷ

ବିମାନ ସେବାର ବ୍ୟବସ୍ଥା କରିଛନ୍ତି । ଏହି ପରିପ୍ରେକ୍ଷିରେ, ଏୟାର ଇଣ୍ଡିଆ ବୁଧବାର ରାତିରେ ଦିଲ୍ଲୀରୁ କାଠମାଣ୍ଡୁ ପାଇଁ ବିଶେଷ ବିମାନ (ଏଆଇ 221)

ପଠାଇଛି। ଏହି ବିମାନ ରାତି ପ୍ରାୟ 8:30

ମିନିଟ୍ ଦିଲ୍ଲୀରୁ ଉଡାଣ ଭରି କାଠମାଣ୍ଡୁରେ

ପହଁଚିଥିଲା। ଏହି ବିଶେଷ ବିମାନରେ 170 ଯାତ୍ରୀ ଯାତ୍ରା କରିପାରିବେ।

ଏୟାର ଇଣ୍ଡିଆ ସୂଚନା ଦେଇଛି

ଯେ, ଗୁରୁବାର ଦିନ ଦିଲ୍ଲୀରୁ କାଠମାଣ୍ଡୁକୁ

6ଟି ନିୟମିତ ବିମାନ ଯିବ ଏବଂ 6ଟି ବିମାନ ସେଠାରୁ ଫେରିବେ। ସେଥିପାଇଁ ଏକ ବିଶେଷ ବିମାନ ଉଡାଣ

ଚାଳିତ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande